ବିଶ୍ଵଶାନ୍ତି ମହାଯଜ୍ଞ ର ୧୦୦୮ କଳସ ବିସର୍ଜନ ଶୋଭାଯାତ୍ରା

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରରେ ଆଜି ଏକହଜାର ଆଠ ବିରାଟ କଳସ ବିସର୍ଜନ ଶୋଭାଯାତ୍ରା ସହିତ ବିଶ୍ଵଶାନ୍ତି ମହାଯଜ୍ଞ ର ଘୃତଯଜ୍ଞ ମଣ୍ଡପ ରେ ପୂଜାପାଇଥିବା ବିଭିନ୍ନ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର ମଧ୍ୟ ଆଜି ଜଳରେ ବିସର୍ଜନ କରାଯାଇଛି।

ଭଞ୍ଜନଗର ସହରରେ ଅନୁଷ୍ଠିତ ହୋଇଯାଇଥିବା ୨୧ କୁଣ୍ଡ ବିଶିଷ୍ଟ ବିଶ୍ଵଶାନ୍ତି ମହାଯଜ୍ଞ ର ଆଜି ଅର୍ଥାତ୍ ନଭେମ୍ବର ୨୯ ତାରିଖ ଶୁକ୍ରବାର ୨୦୨୪ ମଧ୍ୟାହ୍ନ ୧୨ ତିରିଶି ମିନିଟ୍ ସମୟରେ କଳସ ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହା ଉକ୍ତ ସ୍ଥାନରୁ ବାହାରି ଭଞ୍ଜନଗରସ୍ଥ ବସଷ୍ଟାଣ୍ଡ, ମେଇନରୋଡ, ଖାଲାସିସାହି, ହାଇସ୍କୁଲ ଛକ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ବାଗଦେବୀ ରୋଡ଼ ବରଗଂନାଳ ପାଖରେ ପହଞ୍ଚି ଶେଷ ହୋଇଥିଲା। ଗତ ନଭେମ୍ବର ମାସ ୨୨ ତାରିଖ ଠାରୁ ଭଞ୍ଜନଗରସ୍ଥ ଆର୍.ଏମ୍.ସି ବା ନିୟନ୍ତ୍ରଣ ବଜାର କମିଟି ପଡ଼ିଆ ଠାରେ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଘୃତଯଜ୍ଞ ର ଆହୁତି ପ୍ରଦାନ, ଶ୍ରୀ ହରିକୃଷ୍ଣ ନାମ ସଂକୀର୍ତ୍ତନ, ଗୋ ଯଜ୍ଞ, ଅନ୍ନପ୍ରସାଦ ସେବନ ଯଜ୍ଞ ସହିତ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରବକ୍ତା ଶ୍ରୀ ସତ୍ୟାନନ୍ଦ ଦାସଜୀ ମହାରାଜ୍ ଜଗନ୍ନାଥ ପଞ୍ଚରାତ୍ର କଥାମୃତ ଶ୍ରବଣ କରାଇଥିଲେ। ଉକ୍ତ ମହାନ୍ ଯଜ୍ଞରେ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଅନେକ ସାଧୁସନ୍ଥ, ସନ୍ୟାସୀ ଯୋଗଦାନ କରିବା ସହିତ ଘୃତଯଜ୍ଞ ରେ ମନ୍ତ୍ରପାଠ ନିମନ୍ତେ ୫୦ ରୁ ଉର୍ଦ୍ଧ ବିଦ୍ୱାନ୍ ପୁରୋହିତ ଏଥିରେ ନିଯୁକ୍ତ ଥିଲେ। ପ୍ରତ୍ୟେକ ଦିନ ଦିବା ରାତ୍ର ରେ ଅନ୍ନପ୍ରସାଦ ସେବନ ଓ ବିଶ୍ୱଶାନ୍ତି ପଞ୍ଚଯଜ୍ଞ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ଆଗମନ କରୁଥିଲେ। ଏଥିରେ ମଧ୍ୟ ଅନେକ ବିଧାୟକ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁ ଆସିବା ସହିତ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀମାନ୍ ଗୋକୁଳାନନ୍ଦ ମଲ୍ଲିକ ଓ ରାଜ୍ୟା ପରିବହନ ମନ୍ତ୍ରୀ ଶ୍ରୀମାନ ବିଭୁତି ଭୁଷଣ ଜେନା ଙ୍କ ସହିତ ଅନେକ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ। ପଞ୍ଚଦିନାତ୍ମକ ଘୃତଯଜ୍ଞ ର ଚତୁର୍ଥ ଦିନରେ ସ୍ଥାନୀୟ ବିଧାୟକ ଶ୍ରୀମାନ୍ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାଙ୍କ ଧର୍ମ ପତ୍ନୀ ଯଜ୍ଞର ଶିବଭିସେକ ରେ ଦିନ ସାରା ବ୍ରତ ରଖିଥିଲେ। ଜନସାଧାରଣ ଙ୍କ ମତରେ ସ୍ଥାନୀୟ ବିଧାୟକ ଙ୍କ ଦିବାରାତ୍ର ଯୋଗଦାନ ଏହି ବିଶ୍ଵଯଜ୍ଞ ର ସାଫଲ୍ୟ ଅଟେ।
ଅନୁଷ୍ଠିତ ହୋଇଯାଇଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗଞ୍ଜାମ ଜିଲ୍ଲା ତଥା ଘୁମୁସର ଅଞ୍ଚଳ ପାଇଁ ଅନେକ ବର୍ଷରେ ପ୍ରଥମ ବୋଲି ସ୍ଥାନୀୟ ଅନେକ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଏହି ଯଜ୍ଞରେ ଲକ୍ଷାଧିକ ଜନସାଧାରଣ ଙ୍କ ଭିଡ଼ ହେତୁ ପୋଲିସ୍ ପାଇଁ ଟ୍ରାଫିକ ସମସ୍ୟା ଚ୍ୟାଲେଞ୍ଜ୍ ହୋଇପଡିଥିଲା। କିନ୍ତୁ ସବୁ ସୁ ବନ୍ଦୋବସ୍ତ, ବିଧିବଦ୍ଧ ବ୍ୟବସ୍ଥା ରେ ଯଜ୍ଞ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଥିଲା। ଗତ ନଭେମ୍ବର ମାସ ୨୭ ତାରିଖ ବୁଧବାର ଦିନ ଘୃତଯଜ୍ଞର ପୂର୍ଣ୍ଣାହୂତି ହେବା ପରେ ୨୮ ତାରିଖ ଗୁରୁବାର ଥିବାରୁ ବିଶ୍ରାମ ହୋଇ ଆଜି ଅର୍ଥାତ୍ ୨୯ ତାରିଖ ଶୁକ୍ରବାର ୨୦୨୪ ଅପରାହ୍ନ ସମୟରେ ବିରାଟ ଶୋଭାଯାତ୍ରାରେ କଳସ ବିସର୍ଜନ ପର୍ବ ପାଳନ କରାଯାଇ ୧୦୦୮ କଳସ ଓ ପୁଜା ପାଇଥିବା ବିଭିନ୍ନ ମଣ୍ଡପ ର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର ଜଳ ବିସର୍ଜନ ହୋଇଥିଲା।

Leave A Reply

Your email address will not be published.