ଜାରିଂ ହାଇସ୍କୁଲ ରେ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର

6

 ବିଜେପୁର :-ସୁଶାନ୍ତ ସାହୁ ଜାରିଂ ହାଇସ୍କୁଲରେ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଗଡତୀୟା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ସିଆରସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ମନ୍ତ୍ରୋଚ୍ଚାରଣ କରିଥିବାବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ସାହୁ ଭକ୍ତି ନିବେଦନ ସଂଗୀତ ପରିବେଷଣ କରିଥିଲେ।ଏହି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇ  ପ୍ରଥମ କରି ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ସାମିଲ୍ ହେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଶୈକ୍ଷିକ ତଥା ସ୍କୁଲ ପରିଚାଳନା ସଂପର୍କିତ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସହକାରୀ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦିବାକର ବରିହା ଶିବିର ପରିଦର୍ଶନ କରିଥିଲେ।ଆର୍ତ୍ତତ୍ରାଣ ଚୌହାନ, ସୁଶାନ୍ତ କୁମାର ପଧାନ, ଉମେଶ ଚନ୍ଦ୍ର ପଧାନ, ଯଦୁମଣି ସୁନା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଥିଲେ।ପ୍ରେମରାଜ ରଣା, ବାହାଦୁର ପଧାନ, ମିନାକ୍ଷୀ ରାଣୀ ରାଉତ, କମଳିନୀ ସାହୁ,ନିର୍ମଳା ସାହୁ, ମନ୍ଦାକିନୀ ପଧାନ , ଗୀତାଞ୍ଜଳି ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.