ଭୁବନେଶ୍ୱର,୨୮/୧୧/୨୦୨୪: ଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଏହାର ୪୪ତମ ବାର୍ଷକ ଉତ୍ସବ ପାଳିତ ହୋଇଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦାନ କରି କହିଲେ ଯେ, ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପରିଚିତ କରାଇବା ଏବଂ ଦକ୍ଷ ମାନବ ସମ୍ବଳର ବିକାଶ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆପଣମାନଙ୍କ ନିଷ୍ଠା, ଉଦ୍ୟମ ବଳରେ ବିଭାଗ ଆଗେଇ ଚାଲିଛି ଏବଂ ବିଭାଗ କ୍ଷେତ୍ରରେ ଏପରି ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି । ନିଜ ନିଜ ମଧ୍ୟରେ ଏକତା, ଭାଇଚାରା ଏବଂ ପାରିବାରିକ ସମ୍ପର୍କ ସୃଷ୍ଟି କରିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରିଷଦର କର୍ମକର୍ତ୍ତା, ସଦସ୍ୟସଦସ୍ୟା ପ୍ରମୁଖଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର ନାୟକ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଜେନ୍ଦ୍ର କୁମାର ଜେନା, ଶିଳ୍ପ ବିଭାଗ ସାଂସ୍କୃତିକ ପରିଷଦର ସଭାପତି ସାଦିପୁର ଖାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ପରିଷଦର ସଭାପତି ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.