ବେଲଗୁଣ୍ଠା – (ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ସଭାପତି ଚିନମ ସନ୍ତୋଷ କୁମାର ସୁବୁଦ୍ଧି ଙ୍କ ସଭାପତିତ୍ବ ରେ ସରକାର ଙ୍କ ଦ୍ବାରା ଖୋଲା ଯାଇଥିବା ଧାନ ମଣ୍ଡି ର କିପରି ସଫଳ ରୂପାୟନ ହୋଇ ପାରିବ ତାହା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବ୍ଲକ୍ ନୋଡାଲ ଅଫିସର ଭବେ ବେଲଗୁଣ୍ଠା ତହସିଲଦାର କଳା କୃଷ୍ଣ ପ୍ରଧାନ, ନୋଡାଲ ଅଫିସର ବେଲଗୁଣ୍ଠା ଆର ଆଇ ସନ୍ତୋଷ କୁମାର ବେହେରା , ଏରିଆ ଅଫିସର ତୁଳସୀ ରାଣୀ ପଣ୍ଡା, ସମବାୟ ସମିତି ର ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡାକୁଆ ଏବଂ ଡାଇରେକ୍ଟର ଏ. ମନୋଜ କୁମାର ପାତ୍ର, ସୂର୍ଯ୍ୟନାରାୟଣ ତ୍ରୀପାଠୀ ଏବଂ ଜାନକୀ ନାଇକ ଉପସ୍ଥିତ ଥିଲେ ଉକ୍ତ ସଚେତନତା ଶିବିର ରେ ଧାନ ର ମାନ କିପରି ରହିବା ଆବଶ୍ୟକ ଏଵଂ ଉଚିତ ମାନର ଧାନ ଦେଇ ସରକାର ଙ୍କ ଧାର୍ଯ୍ୟ ମୂଲ୍ୟ କିପରି ଚାଷୀ ପାଇବେ, ଚାଷୀ ଧାନ ମଣ୍ଡିରେ ଧାନ ଦେବାପରେ 24 ରୁ 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା କିପରି ଯିବ ଏହା ଉପରେ ବିସ୍ତୃତ ଆଲୋଚନା କରଯାଇଥିଲା। ଏଥିରେ ଚାଷୀ ମାନେ ଯଥା ଟି ଶ୍ରୀଧର ପାତ୍ର, ଟି ପୂର୍ଣ୍ଣ ପାତ୍ର,ତି ଟ୍ରିପତି ପାତ୍ର, ପ୍ରମୋଦ ସାହାଣୀ, ସୀତାରାମ ସାହାଣୀ, ଜଗନ୍ନାଥ ନାଇକ, ନାରାୟଣ ବେହେରା ଏହିପରି ପ୍ରାୟ 40 ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। ଶେଷ ରେ ସମିତି ର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post