ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହର ନାମଯଜ୍ଞ ଉଦଯାପିତ ।।

5

ଝାରବନ୍ଧ-ମନୋହର ଦାଶ: ପାଇକମାଲ ବ୍ଳକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ମାଁ ଲକ୍ଷ୍ମୀ ରାଇସ ମିଲ ଦ୍ବାରା ଆୟୋଜିତ ଅଖଣ୍ତ ପ୍ରହର ନାମଯଜ୍ଞ ଆଜି ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଏହି ନାମଯଜ୍ଞ ୧୭ ତାରିଖ ଆରମ୍ଭ ହୋଇ ଆଜି ୨୪ ତାରିଖ ଦୀର୍ଘ ସାତ ଦିନଧରି ଯଜ୍ଞର ପୂର୍ଣ୍ଣାହୁତି ପଡିଛି । ମାଁ ଲକ୍ଷ୍ମୀ ରାଇସ ମିଲ ପ୍ରୟୋଜକ ଶ୍ରୀ ପରମାନନ୍ଦ ଅଗ୍ରୱାଲଙ୍କ ଦୀର୍ଘ ୨୭ ବର୍ଷ ମିଲର ପରିଚିଳନା କରିଥିବାରୁ ତାଙ୍କର ଏକ ମାନସିକ ଏହି ଅଖଣ୍ତ ଛପନ ପ୍ରହର ନାମଯଜ୍ଞକୁ ଆଜି ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । ନାମଯଜ୍ଞ କର୍ତ୍ତା ଭାବେ ମନୀଷ ଅଗ୍ରୱାଲ ଓ ଧର୍ମପତ୍ନୀ ଶ୍ରୀମତୀ ବିନ୍ଦିଆ ଅଗ୍ରୱାଲ ବସିଥିବା ବେଳେ ପଣ୍ଡିତ କାମାକ୍ଷା ପ୍ରସାଦ ଯୋଶୀ,ନବଘନ ଦାଶ,ପିଣ୍ଟୁ ମିଶ୍ର,ଶିଶିର ମିଶ୍ର ପ୍ରମୁଖ ସାତଦିନ ଧରି ନାମଯଜ୍ଞର ପୂଜାକାର୍ୟ୍ଯ ସମ୍ପାଦନ କରିଥିଲେ ।

ଏହି ଅଖଣ୍ତ ଛପନ ପ୍ରହର ନାମଯଜ୍ଞରେ ପଚିଶ ୨୫ ଗୋଟି ସଂକୀର୍ତ୍ତନ ଦଳ ଭାଗ ନେଇ ଥିବାବେଳେ,ନାମଯଜ୍ଞର ପୂର୍ଣ୍ଣାହୁତି ସମାପନ ପରେ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଶ୍ରୀ ପାତାଳ ସାହୁଙ୍କ ସଭାପତିତ୍ବ ସଂକୀର୍ତ୍ତନ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକି କାର୍ଯ୍ୟକ୍ରମରେ ସମସ୍ତ ସଂକୀର୍ତ୍ତନ ଦଳକୁ ପ୍ରଯୋଜକ ଶ୍ରୀ ପରମାନନ୍ଦ ଅଗ୍ରୱାଲ ଓ ନାମଯଜ୍ଞ ପରିଚାଳନାର କମିଟିର ସଦସ୍ଯ ବୃନ୍ଦ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ନାମଯଜ୍ଞ ଉଦ୍ଯାପନୀ ଉତ୍ସବରେ ଆଖପାଖ ଅଞ୍ଚଳ ରୁ ପ୍ରବଳ ଜନ ସମାଗମ ହୋଇଥିବା ସ୍ଥଳେ ପ୍ରତ୍ଯେକ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା ।

ଏହି ଅଖଣ୍ତ ଛପନ ପ୍ରହର ନାମଯଜ୍ଞର ପରିଚାଳନା କମିଟିର ସଦସ୍ଯ ପାତାଳ ସାହୁ,ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ରଶ୍ମିରଞ୍ଜନ ବରିହା,ହୁତାସନ ପାଣ୍ତେ,ଉମାକାନ୍ତ ଶତପଥୀ,ସୁବୋଧ କୁମାର ବଡପଣ୍ତା,ସୁଦାମ ଚରଣ ସେଠୀ,ପୀତବାସ ସାହୁ,ବିନୋଦ ବିହାରୀ ବିଶ୍ବାଳ,ଅଶୋକ ଭୋଇ,ବାଜିବନ ନାଏକ,ସୌକିଲାଲ ପ୍ରଧାନ ପ୍ରମୁଖ ଶାନ୍ତ ଶୃଙ୍ଖଳା ସହିତ ସମାପନ କରିଥିଲେ । ନାମଯଜ୍ଞରେ ଅଞ୍ଚଳ ଜନ ସାଧାରଣ ବହୁମାତ୍ରାରେ ଯୋଗଦେଇ ନାମଯଜ୍ଞକୁ ସଫଳ କରିଥିବାରୁ ପ୍ରଯୋଜକ ପରମାନନ୍ଦ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.