ପର ଲୋକରେ ବରିଷ୍ଠ ଆଦିବାସୀ ନେତା ଓ ସମାଜ ସେବି ରଣମାଝୀ

5

ଭବାନୀପାଟଣା:ରୋହିତ କୁମାର ନାଏକ ( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ତ ଶାନୁପୁର ପଞ୍ଚାୟତ ସାନ ଚିଚିଙ୍ଗ ଗାଁର ବରିଷ୍ଠ ଆଦିବାସୀ ନେତା ରଣଜିତ ମାଝୀ(୬୦) ରବିବାର ରାତିରେ ଆଖ୍ ବୁଜି ଦେଇଛନ୍ତି। ସୋମବାର ସକାଳେ ତାଙ୍କୁ ଗାଁମଶାଣିରେ ବିଶିଷ୍ଟ ବ୍ୟକ୍ତି, ବନ୍ଧୁପରିଜନ ଓ କନ୍ଧ ସମାଜର ପୁରୋଧା ମାନଙ୍କ ଉପସ୍ଥିତିରେ ଦାହ ସଂସ୍କାର କରାଯାଇଥିଲା । ଗତ ଦୁଇମାସ ହୋଇଗଲା ସେ କିଡନୀ ଓ ଲିଭର ଜନିତ ସମସ୍ୟାର ରେ ପୀଡ଼ିତ ଥିଲେ। ବିଶାଖାପାଟଣା ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିଲେ ବୁଧବାରବିଶାଖାପାଟଣା ଡ଼ାକ୍ତରଖାନାରୁ ଫେରିଥିଲେ। ରବିବାର ରାତିରେ ବେଶୀ ଅସୁସ୍ଥ ଥିବାରୁ ତାଙ୍କୁଡାକ୍ତରଖାନାକୁ ନେବାପାଇଁ ଉପକ୍ରମ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ମାଧୁରୀ ମାଝୀ,ଦୁଇ ପୁଅ ବାବୁଲା,ବିକାଶ,ଏକମାତ୍ର ଝିଅ ବେବିନା, ଯୋଇଁ ସୁବାଷ ମାଝୀ ଓ ସାନଭାଇ ଧୁବଲେ ମାଝୀ ଉପସ୍ଥିତ ଥିଲେ।ସ୍ବର୍ଗତ ଶ୍ରୀ ମାଝୀ ନର୍ଲା ଆଦିବାସୀ ସଂଘର ପୂର୍ବତନ ସଭାପତି ଥିଲେ। ଶାନୁପୁରର ପୂର୍ବତନ ସମିତି ସଦସ୍ୟ ରହିଥିଲେ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ, ବରିଷ୍ଠ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ, ଶାନୁପୁର ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ଟିକେଧର ସାହୁ ଓ ଲୋକନାଥ ସା ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।ସେ ଶାନ୍ତପୁର ପ୍ୟାକ୍ସ ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିଲେ।
ବିଜେଡିର ବରିଷ୍ଠ ସଦସ୍ୟ ଭାବରେ ଦୀର୍ଘବର୍ଷ ଧରି କାର୍ଯ୍ୟକରି ଶାନୁପୁର ଅଞ୍ଚଳରେ ବିଜେଡ଼ିର ସଂଗଠନକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଶାନ୍ତପୁର ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି l

Leave A Reply

Your email address will not be published.