ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଏନସିସି ଦିବସ ପାଳିତ

5

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟଠାରେ ରବିବାର ଏନସିସି ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାଝୀଗୁଡା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଯାଡେଟମାନଙ୍କୁ ଅଧ୍ଯୟନରେ ମନୋନିବେଶ ସହ ସେବାକାର୍ଯ୍ୟରେ ନିୟୋଜିତ ରହିବା ନିମନ୍ତେ ମାର୍ଗ ଦର୍ଶନ କରିବା ସାଙ୍ଗକୁ ଏନସିସି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା, ଏବଂ ସାମ୍ବାଦିକ ଜଗଦୀଶ ନାଏକ , ପରେଶ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନସିସି ପତାକା ଉତ୍ତୋଳନ କରିବା ପରେ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଏନସିସି ଏଏନ୍ଓ ଅମିତ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଦ୍ବିତୀୟ ଅଧିବେଶନ ତଥା ଉଦଯାପନୀ ଉତ୍ସବରେ ବିଜମରା ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀ ମୁଖ୍ୟ ଅତିଥି, ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଷୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଉଦଯାପନି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ଟଙ୍କଧର ଶବର ଓ ଦ୍ବିତୀୟ ଅଧିବେଶନ ହେମନ୍ତ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବନୀତ ରାଣୀ ଦତ୍ତ୍ୱ, ସୀମା ରାଣୀ ସିଂ, ରଶ୍ମିତା ନିଆଲ ପ୍ରମୁଖ ମଞ୍ଚ ପରିଚାଳନା କରିଥିବାବେଳେ ସୀମାରାଣୀ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.