ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି, ପହଣ୍ଡି ଏବଂ ପଡା ଗ୍ରାମ ଠାରେ ନବନିର୍ମାଣ ସ୍ଵାସ୍ଥ୍ୟ ଉପକେନ୍ଦ୍ରର ଭିଭିପ୍ରସ୍ତର l ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କର କୋମଳ ହସ୍ତରେ ସ୍ଥାପନ ହୋଇଯାଇଛି l ଏହି ଅବସରରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ,ଯୋଖିପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସବିତା ସାହୁ, ବୁଡାପାଲି ସମିତି ସଭ୍ୟ ଜୟକୃଷ୍ଣ ଡନସନା, ପହଣ୍ଡିଗ୍ରାମପଞ୍ଚାୟତ ସରପଞ୍ଚ ନବୀନ ମହାନନ୍ଦ, ସରପଞ୍ଚ ଶ୍ରୀମତୀ ଶୋଭା ମେହେର, ଜିଲ୍ଲା ପରିଷଦ ସଦସ୍ଯ ସୁଶାନ୍ତ ଗଡତିଆ, ମଣ୍ଡଳ ସଭାପତି ଯୋଗିନ୍ଦ୍ର ପଧାନ, ମହେଶ ଦେବତା,ବିସିକେଶନ ମେହେର, ଆନନ୍ଦ ବାରିକ,ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ବିଜେପୁର ମେଡିକାଲ ଅଫିସର ଡ଼ା.ସୁଶାନ୍ତ ମେହେର ଯୋଗଦାନ କରିଥିଲେ । ଭିର୍ତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପ୍ରତ୍ୟେକ ଗ୍ରାମରେ ବିଧାୟକ ଶ୍ରୀମାନ ଗଡତୀୟାଙ୍କୁ ଗ୍ରାମବାସୀ ମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରିବା ଦେଖିବାକୁ ମିଳିଥିଲା l
Sign in
Sign in
Recover your password.
A password will be e-mailed to you.
Prev Post