ଗୋବରା ସାହିତ୍ୟ ଘରର ଶୀତ ଆସର ; ସାହିତ୍ୟ ସଂସ୍କାର ଧର୍ମୀ ହେବା ଆବଶ୍ୟକ

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସାହିତ୍ୟ ବ୍ୟକ୍ତିର ଆବେଗକୁ ନିୟନ୍ତ୍ରଣ କରିଥାଏ I ତେଣୁ ସାହିତ୍ୟ ସର୍ଜନା ସଂସ୍କାର ଧର୍ମୀ ହେବା ଆବଶ୍ଯକ I ସାହିତ୍ୟିକ ହିଁ ସର୍ବ ଶକ୍ତିମାନ I ଏହିଭଳି କିଛି ଉପାଦେୟ ବକ୍ତବ୍ୟ ରଖିଛନ୍ତି ଗୋବରା ସାହିତ୍ୟ ଘରର ଶୀତ ଆସରରେ ଅନୁଷ୍ଠାନର ସମ୍ପାଦକ ଡ.ରତ୍ନ ସାଗର ମଳିକ I ଆଜି ପବିତ୍ର ପ୍ରଥମାଷ୍ଟମୀ ତିଥି ଅବସରରେ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋବରା ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଗୋବରା ସାହିତ୍ୟ ଘରର ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି I ଏହି ଆସରରେ ସାହିତ୍ୟ ଘର ସଭାପତି ଶ୍ରୀ ଦଳାଇଙ୍କ ସମେତ ଉପସଭାପତି ଶରତଚନ୍ଦ୍ର ଦାସ ,ସମ୍ପାଦକ ଡ.ରତ୍ନ ସାଗର ମଳିକ,ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା ମଞ୍ଚାସୀନ ଥିଲେ I ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କାଙ୍କ ସଂଯୋଜନାରେ କବି ସୌରଭ କାନ୍ତ ତ୍ରୀପାଠି, ଶ୍ରୀମନ୍ତ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ,ସୁକାନ୍ତ ନାୟକ,ସ୍ଥିତିପ୍ରଜ୍ଞା ମହାରଣା, ପ୍ରମଦା ସାହୁ, ମାଣିକ ବଳ, ମନୋରମା ମିଶ୍ର,ଚିନ୍ମୟ ପ୍ରସାଦ ପରିଡ଼ା,ହୃଷିକେଶ ଲେଙ୍କା,ଶିଶିର କାନ୍ତ ନାୟକ,ଚନ୍ଦ୍ରମଣି ଲେଙ୍କା ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚିନ୍ମୟ ପ୍ରସାଦ ପରିଡ଼ା ଏବଂ ରାଜେନ୍ଦ୍ର ବିଷୋୟୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ସ୍ଵର୍ଗତ ଅନ୍ତର୍ଯ୍ୟାମୀ ବେହେରାଙ୍କ ସ୍ମୃତିରେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ଆସରରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ଭିକାରୀ ଚରଣ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ମହାରଣା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ରାମକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ପ୍ରମଦା ସାହୁଙ୍କୁ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା I ସ୍ଥିତିପ୍ରଜ୍ଞା ମହାରଣା ଅନ୍ତିମ ସଙ୍ଗୀତ ଗାନ କରିଥିଲେ I

Leave A Reply

Your email address will not be published.