ବିଜେପୁର ବିଧାୟକଙ୍କୁ ଭବ୍ୟ ସ୍ୱାଗତ କଲେ ଗୁଡିମୁଣ୍ଡା ଗ୍ରାମବାସୀ

5

 ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡିମୁଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କୁ ଗୁଡିମୁଣ୍ଡାର ମାଁ ଭଉଣୀ ଘରେ ଘରେ ପୂର୍ଣ୍ଣ ଜଳକୁମ୍ଭ କଳସ ସ୍ଥାପନ ପୂର୍ବକ ହୁଳହୁଳି ଦେଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ସଭାସ୍ଥଳକୁ ପାଛୋଟି ନେଇଥିଲେ l ପରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଗୁଡିମୁଣ୍ଡା ଗ୍ରାମର ଗୁଡିମୁଡିଏନ୍ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ସଭାରେ କୈଳାଶ ଗଡତିଆ ଅଧ୍ଯକ୍ଷତା କରିଥିଲେ l ସଭାରେ ବିଧାୟକ ଶ୍ରୀମାନ ଗଡତୀୟା ଗ୍ରାମବାସୀଙ୍କୁ ନିଜ ଗାଁ ବୋଲି ସମ୍ବୋଧନ କରିବା ସହ ଗ୍ରାମର ବିଭିନ୍ନସମସ୍ୟା ଏବଂ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କଲାବେଳେ ସେ କହିଥିଲେ ଯେ, ମୋତେ ଅନୁରୋଧ ନୁହେଁ ଏହା ଆପଣଙ୍କ ହକ ବୋଲି ମତବ୍ୟକ୍ତ କରିଥିଲେ l ଏହି ସଭାରେ ଗ୍ରାମବାସୀ ଗଣେଶ ଗଡତିଆ, ଗୁହାଲୁ ପଟେଲ, ଅଲେଖ ସାହୁ, କିଶୋର ଗଡତିଆ, ଡାକ୍ତର ଗଡତିଆ,ପ୍ରେମ ରାଜ ଖମାରୀ, ମଣ୍ଡଳ ସଭାପତି ଯୋଗେନ୍ଦ୍ର ପଧାନ, ସାମ୍ବାଦିକ ପାଣ୍ଡବ ପଧାନ, ବୁ ଡାପାଲି ସମିତି ସଭ୍ୟ ଜୟକୃଷ୍ଣ ଡନସନା, ଶରତ ବିଶି, ସମାଜସେବୀ ପପୁ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ତେଜରାଜ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.