ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଶୁଭଲକ୍ଷ୍ମୀ ମହିଳା କଲ୍ୟାଣ ପାଣ୍ଠି ଫଣ୍ଡ ଜରୀଆରେ ମହିଳାଙ୍କୁ ସଶକ୍ତ କରୁଛି

5

ଝାରସୁଗୁଡ଼ା, ନଭେମ୍ବର ୨୩, ୨୦୨୪ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଦ୍ୱାରା ସମର୍ଥିତ ଶୁଭଲକ୍ଷ୍ମୀ ସମବାୟ ସମିତି ୨୦୦୮ ମସିହାରୁ ପଶ୍ଚିମ ଓଡ଼ିଶାରେ ଗ୍ରାମାଂଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ମଡେଲ ଅଧିନରେ ଅଭିନବ ଜୀବିକା ସମୃଦ୍ଧି ଓ ମହିଳାମାନଙ୍କ ଅର୍ଥନୈତିକ ବିକାଶରେ ଏହା ସହାୟତା କରୁଛି।
ଏହି ସମିତିରେ ଏ ପର୍ଯ୍ୟନ୍ତ ୧୪୦୦ରୁ ଅଧିକ ମହିଳା ହିତାଧିକାରୀ ମାତୃତ୍ୱକାଳୀନ ସହାୟତା ପାଇଛନ୍ତି, ମେଧାବୀ ଛାତ୍ରମାନଙ୍କ ପାଇଁ ଶିକ୍ଷା ବୃତି ବ୍ୟବସ୍ଥା ଓ ଜୀବନ ସାଥୀଙ୍କ ମୃତ୍ୟୁରେ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି।
ଶ୍ରୀ ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଆଲୁମିନିୟମ ସମବାୟ ସମିତିର ସଫଳତା ବିଷୟରେ ମତ ଦେଇ କହିଛନ୍ତି ଯେ ଶୁଭଲକ୍ଷ୍ମୀ ସମବାୟ ସମିତି ଗୋଷ୍ଠୀର ସହଭାଗିତାରେ ଶକ୍ତିର ଏକ ଉଦାହରଣ ଅଟେ। ଗ୍ରାମାଂଚଳର ମହିଳାମାନେ କିପରି ନିଜକୁ ସ୍ୱାବଲଳମ୍ବୀ କରିବେ ଓ ସାମାଜିକ ସମୃଦ୍ଧି ପାଇବେ ତାହାର ଏକ ପ୍ରମାଣ। ମହିଳା କଲ୍ୟାଣ ପାଣ୍ଠି ପରି ଆମେ ମହିଳାମାନଙ୍କୁ ସେମାନଙ୍କ ଆକାଂକ୍ଷା ପୂରଣ ଲାଗି ସାହାଯ୍ୟ କରିବାକୁ ପ୍ରତିବଦ୍ଧ ଅଟୁ।
ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତିରେ ତାଙ୍କ ଜୀବନର ସକାରାତ୍ମକ ଦିଗ ସଂପର୍କରେ ମତ ଦେଇ ସଭାପତି ପଙ୍କଜିନୀ ଓରାମ କହିଛନ୍ତି ଯେ ଶୁଭଲକ୍ଷ୍ମୀ ସମବାୟ ସମିତିରେ ଯୋଗ ଦେବା ମୋ ଜୀବନର ଏକ ମୋଡ଼ ଥିଲା। ଆର୍ଥିକ ସହାୟତା ବାହାରେ, ଏହା ଦକ୍ଷତା ବିକାଶ ଓ ବ୍ୟକ୍ତିଗତ ଅଭିବୃଦ୍ଧିରେ ସହାୟକ ହୋଇଥାଏ, ମହିଳାଙ୍କୁ ସଶକ୍ତ କରିବାରେ ଏହାର ଭୂମିକା ରହିଛି। ଏହାର ପଦକ୍ଷେପ ଦ୍ୱାରା ଅସଂଖ୍ୟ ମହିଳା ଉପକୃତ ହେଉଛନ୍ତି।
ଶୁଭଲକ୍ଷ୍ମୀ ସମବାୟ ସମିତିର ସଫଳତା : ଭାରତର ସର୍ବ ବୃହତ ମହିଳା ନେତୃତ୍ୱାଧୀନ ସମବାୟ ସମିତି ମଧ୍ୟରୁ ଅନ୍ୟତମ ଭାବରେ କାର୍ଯ୍ୟ କରୁଛି ଓ ଏଥିରେ ୪୮୦୦ରୁ ଅଧିକ ସଦସ୍ୟା ରହିଛନ୍ତି। ଆର୍ଥିକ ସହାୟତା ଟ.୩୯.୩୬ କୋଟି ମୂଲ୍ୟର ଆର୍ଥିକ ସହାୟତା ୧୯୬୬୦ ହିତାଧିକରୀଙ୍କୁ ସହାୟତା ପାଇଁ ପ୍ରଦାନ କରାଯାଇଛି। ୧୫ ଜଣ ନିର୍ବାଚିତ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ, ଜାତୀୟ ସମବାୟ ପରିଚାଳନା ଓ ଶାସନ କର୍ମଶାଳା ମାଧ୍ୟମେରେ ନେତୃତ୍ୱ ପ୍ରତିପୋଷଣ କରେ।
ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଦକ୍ଷତା ବିକାଶ, ତୃଣମୂଳ କ୍ରୀଡ଼ା, କଳା, ସଂସ୍କୃତି କ୍ଷେତ୍ରରେ ବେଦାନ୍ତ ସାମାଜିକ ପଦକ୍ଷେପ ଗୁଡ଼ିକ ମହିଳା ଓ ଶିଶୁ ବିକାଶ ଉପରେ ଧ୍ୟାନ ଦେଇ ଝାରସଗୁଡ଼ା ଓ ନିକଟବର୍ତି ଅଂଚଳରେ ପ୍ରାୟ ୮୦ ଟି ଗ୍ରାମରେ ପହଂଚି ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରାଉଛି। ୩୬୦ରୁ ଅଧିକ ଏସଏଚଜି ମାଧ୍ୟମରେ ୫୦୦୦ ମହିଳା ନିଜକୁ ସ୍ୱାବଲମ୍ବୀ କରାଇପାରିଛନ୍ତି ଓ ବର୍ଷକୁ ୫୦,୦୦୦ରୁ ଅଧିକ ଲୋକଙ୍କ ଦ୍ୱାର ଦେଶରେ ଏହା ସ୍ୱାସ୍ଥ୍ୟସେବା ଯୋଗାଇଥାଏ। ୧୩,୦୦୦ରୁ ଅଧିକ ଛାତ୍ର ଛାତ୍ରୀମାନେ ଶିକ୍ଷା ସହାୟତା ପାଇ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିଛନ୍ତି। ଏହା ସ୍ଥାନୀୟ ଲୋକଙ୍କ ସହାୟତାରେ ୧.୫୦ ଲକ୍ଷ ଗଛ ଲଗାଇ ପରିବେଶ ଉନ୍ନତି ପ୍ରତି ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave A Reply

Your email address will not be published.