ନୟାଗଡ଼(ବିଶ୍ୱଜିତ ନାୟକ) – ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସଂଗୀତ ପ୍ରତିଯୋଗିତା “ଭଏସ୍ ଅଫ୍ ନୟାଗଡ଼” କେବଳ ନୟାଗଡ଼ ନୁହେଁ ରାଜ୍ଯର ଏକ ସଫଳ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ। ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ତଥା ରାଜ୍ଯ ସ୍ତରରେ ସେମାନଙ୍କୁ ପରିଚିତ କରାଇବା ଆମର ପ୍ରଧାନ ଲକ୍ଷ୍ଯ। ପ୍ରକାଶ ଥାଉକି, ଗତ ଚାରିବର୍ଷ ମଧ୍ଯ ରେ ହୋଇଥିବା ପ୍ରତିଯୋଗିତାର ୫ ଜଣ ପ୍ରତିଭାବାନ କଳାକାର ଆଜି ରାଜ୍ଯ ସ୍ତରରେ ନିଜସ୍ବ ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି।
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଦିନ ନୟାଗଡ଼ ୟୁନିଟେକ୍ କଲେଜ ରେ ପ୍ରଥମ ପର୍ଯ୍ଯାୟ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।ବିଚାରକ ଙ୍କ ଦ୍ବାରା ମନୋନୀତ କଣ୍ଠଶିଳ୍ପୀ ପ୍ରଥମ ପର୍ଯ୍ଯାୟ ପରେ ସିଧାସଳଖ ସେମିଫାଇନାଲ ରାଉଣ୍ଡ କୁ ଉନ୍ନୀତ ହେବେ। ସେମିଫାଇନାଲ ପର୍ଯ୍ଯାୟ ରୁ ଶ୍ରେଷ୍ଠ ୧୦ ଜଣ କଣ୍ଠଶିଳ୍ପୀ ଫାଇନାଲ ପର୍ଯ୍ଯାୟ କୁ ଯାଇ ପାରିବେ। ଏକ ଭବ୍ୟ ଆୟୋଜନ ସହ ଓଡ଼ିଶା ର ପ୍ରସିଦ୍ଧ ସଂଗୀତଜ୍ଞ ମାନେ ବିଚାରକ ଭାବେ ଯୋଗଦେଇ ଏହି ୧୦ ଜଣଙ୍କ ମଧ୍ଯ ରୁ ଜଣକୁ “ଭଏସ୍ ଅଫ୍ ନୟାଗଡ଼ ” ଭାବେ ଚୟନ କରିବେ। ତତ୍ ସହିତ ଅନ୍ୟ ଦୁଇ ଜଣ ପ୍ରତିଯୋଗୀଙ୍କୁ ରନର୍ସ ଅପ୍-୧ ଓ ରନର୍ସ ଅପ୍-୨ ଭାବେ ମଧ୍ଯ ପୁରସ୍କାର ପ୍ରଦାନ କରାଯିବ।
ବିଜୟୀ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ। ରନର୍ସ ଅପ୍-୧ ଙ୍କୁ ୩ ହଜାର ଟଙ୍କା ପୁରସ୍କାର ସହିତ ଟ୍ରଫି ଓ ମାନପତ୍ର ସେହିପରି ରନର୍ସ ଅପ୍-୨ ଙ୍କୁ ୨ ହଜାର ଟଙ୍କାପୁରସ୍କାର ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ।
୧୨ ରୁ ୨୩ ବର୍ଷ ବୟସ ମଧ୍ଯ ରେ କଣ୍ଠଶିଳ୍ପୀ ଅଂଶ ଗ୍ରହଣ କରିପାରିବେ। କେବଳ ଓଡିଆ ଗୀତ ଗାଇବା ସହିତ କ୍ଳାସିକାଲ, ସେମି କ୍ଳାସିକାଲ, ଭଜନ, ଜଣାଣ, ସୁଗମ ସଂଗୀତ, ଆଧୁନିକ ସଂଗୀତ ଓ ଲୋକଗୀତ ଗାଇପାରିବେ।କିନ୍ତୁ ଦ୍ବିଅର୍ଥ ବୋଧକ ଓ ଅଶ୍ଳୀଳ ସଂଗୀତ ଗାନ କରାଯାଇ ପାରିବ ନାହିଁ ।ଅନ୍ ଲାଇନ୍ ପଞ୍ଜୀକରଣ ପାଇଁ ଅବିନାଶ ସାହୁ, ମୋବାଇଲ ନଂ- ୯୯୩୭୪୭୨୫୧୬ କୁ ଯୋଗାଯୋଗ କରି ପାରିବେ।ପ୍ରତିଯୋଗିତା ରେ ଭାଗନେବା ପାଇଁ ବୟସଗତ ପ୍ରମାଣ ପତ୍ର ବାଧ୍ଯତାମୂଳକ ବୋଲି ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମ ର ଅଧ୍ଯକ୍ଷ ଶରତଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଥିବା ବେଳେ ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ ସମ୍ମିଳନୀ ରେ ଅଧ୍ଯକ୍ଷତା କରିଥିଲେ। ପରିଶେଷରେ ନୟାଗଡ଼ କ୍ଳବ୍ ର ସଂପାଦକ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।।
Sign in
Sign in
Recover your password.
A password will be e-mailed to you.