ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଷଷ୍ଠୀ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଷଷ୍ଠ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକକୁ ଜିଲ୍ଳା ଶିକ୍ଷକ ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରମାଣିକ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ I ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ,ଗଙ୍ଗାଧର ସ୍ଵାଇଁ, ସହକାରୀ ଶିକ୍ଷକ ଝାପଲ ମାରାଣ୍ଡି, ଦାଶରଥି ସେଠୀ,ଜଗନ୍ନାଥ ପାଇକ, ଶିକ୍ଷୟିତ୍ରୀ ସିପ୍ରାସିନ୍ଧୁ ସ୍ୱାଇଁ,ଶୁଭଶ୍ରୀ ପଣ୍ଡା,ମିନି ସେଠୀ, ଶୁଭାଙ୍ଗୀନି ସାହୁ,ତୁଳସୀ ସ୍ୱାଇଁ, ସୁନେଲି ସ୍ୱାଇଁ, ସ୍ମିତା ନାୟକ, ଆରତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନ ଓ ମୌଳିକ ସଂଖ୍ୟାଜ୍ଞାନ,ଏକାଡେମିକ୍ କ୍ୟାଲେଣ୍ଡର୍ ,ମାନ ନିର୍ଦ୍ଧାରଣ ଟ୍ରାକର୍,ଜାତୀୟ ସ୍ତରୀୟ ଉପଲବ୍ଧି ପରୀକ୍ଷଣ ପ୍ରସ୍ତୁତି, କ୍ୟାରିଅର୍ କାଉନ୍ସେଲିଂ ୱେବ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ ଶିବରାମ ମହାନ୍ତି,ସନିତ୍ ଜେନା,ଆକୁଳ ସାହୁ, ପ୍ରକାଶ ଗୌଡ଼,ନାରାୟଣ ସାହୁ,ଶିକ୍ଷୟିତ୍ରୀ ଅଳକା ମହାପାତ୍ର,ପିଙ୍କି ଦଳେଇ,ଦୀପା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର, ଏନ୍.ପି.ଶାସନ,ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି, ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ସୁକାନ୍ତ ନାୟକ ,ହରେକୃଷ୍ଣ ଶତପଥି, ସୁଧୀର କୁମାର ତ୍ରିପାଠି ,ଅନନ୍ତ ସେଠୀ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ,ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଷଷ୍ଠ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post