ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅଫିସଠାରେ ଆଜି ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ । ରେଂଗାଲି ପଂଚାୟତ ଅନ୍ତର୍ଗତ ଗି୍ରଂଜେଲ ଗ୍ରାମର ନବମୀ ରୁହିଦାସ,ବିରିପାଲି ଗ୍ରାମର ଭଗବାନ ହରିପାଲ ଓ ଚକବାହାଲ ଗ୍ରାମର ଆନନ୍ଦିନୀ ସାହୁଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବାବେଳେ ଜାମପାଲି ଗ୍ରାମର ଖଗେଶ୍ୱର ବରିହାଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଅଶୋକ କୁମାର ଗଡତିଆ,ତହସିଲଦାର ବିଶ୍ୱରଂଜନ କର,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ତହସିଲ ଅଫିସର ମୁଖ୍ୟ କିରାଣୀ ତ୍ରିଲୋଚନ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ପଧାନ,ଡବ୍ଲୁଇଓ ଅତିଶ କୁମାର ଭୋଇ,ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଆକବର ପ୍ରମୁଖ ଉପସ୍ଥିତ ଥିଲେ ।