ପଦ୍ମପୁର ପରିବହନ କାର୍ଯ୍ୟାଳୟର ଗଣଧାରଣାରେ ସମର୍ଥନ ଜଣାଇ ଧାରଣାରେ ବସିଲେ ଯୁବନେତା ରାଜୁ ଘିବେଲା ।

0

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଜୋନ ସରକାରୀ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି ।ପୂର୍ବରୁ  ଚୁକ୍ତିଭିତ୍ତିକ ସରକାରୀ ବସ ଚାଳକ ସଙ୍ଘ ଗୋଟିଏ ମାସ ହେଲା କାର୍ଯ୍ୟବନ୍ଦ କରିଛନ୍ତି । ସେହିଦିନ ଠାରୁ ପଦ୍ମପୁରରୁ ସରକାରୀ ବସ ଚଳାଚଳ ବନ୍ଦ ରହିଛି ।ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓଡ଼ିଶା ପରିବହନ ନିଗମ ବେଆଇନ ବୋଲି ଦର୍ଶାଇ ଚିଠି ଜାରି କରିଛନ୍ତି । ତେବେ ଏହି ଆନ୍ଦୋଳନକୁ ପଦ୍ମପୁର ଓକିଲ ସଙ୍ଘ,ବ୍ୟବସାୟ ସଙ୍ଘ ତଥା ବୁଦ୍ଧିଜୀବୀ ମାନେ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି ।ଯୁବନେତା ରାଜୁ ଘିବେଲା ମଧ୍ୟ ସମର୍ଥନ ଜଣାଇ ଧାରଣାରେ ବସିଥିଲେ ।ସରକାରୀ ବସ ଚାଳକ ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମାଝୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଧାରଣା ଜାରି ରଖିଛନ୍ତି । ବେଆଇନ ବୋଲି ଦର୍ଶାଇ କରିଥିବା ଚିଠି ଫେରସ୍ତ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସରକାରୀ ବସଚାଳକ ସଙ୍ଘ ପକ୍ଷରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.