ପୁରୀ (ଅନିମେଶ ପଟନାୟକ) : ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତ୍ତିକ । ବ୍ରତ ପାଳନ ଦ୍ବାରା ସମସ୍ତ ପାପରୁ ତ୍ରାହି ମିଳେ । ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଭଗବାନ ବିଷ୍ଣୁଙ୍କର ସର୍ବାଧିକ ପ୍ରିୟମାସ ହେଉଛି କାର୍ତ୍ତିକ ଏବଂ ଏ ମାସର ଭାବର ଦେବତା ହେଉଛନ୍ତି ଦାମୋଦର । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନର ମହତ୍ତ୍ବ ସର୍ବାଧିକ । ପଞ୍ଚକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମାହାତ୍ମ୍ୟ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ବଡଦାଣ୍ଡ ସ୍ଥିତ ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ନବମ ତମ ପଞ୍ଚକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ପବିତ୍ର ଧର୍ମମାସ କାର୍ତ୍ତିକରେ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର କଥାକାର ଓ ଭାଷ୍ଯକାର ବଦ୍ରି ମିଶ୍ର, ଶ୍ରୀମନ୍ଦିର ବରିଷ୍ଠ ଅଙ୍ଗଲାଗି ସେବକ ନବକିଶୋର ପତି ମହାପାତ୍ର, ଆଇନଜୀବୀ ପ୍ରସନ୍ନ ମିଶ୍ର, ଉପସ୍ଥିତ ରହି କାର୍ତ୍ତିକ ମାସ ପଞ୍ଚକର ମାହାତ୍ମ୍ୟ ବିଷୟରେ କହିଥିଲେ । ଅନୁଷ୍ଠାନର ମୁଖ୍ଯ ସଂଯୋଜକ ସତ୍ଯ ନାରାୟଣ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ଯାମ ପ୍ରକାଶ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରିିଥିଲେ । ମହୋତ୍ସବ ଅଭ୍ୟର୍ଥନା କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ଶାସ୍ତ୍ରୀ, କୋଷାଧ୍ୟକ୍ଷ ଗୋପୀନାଥ ମହାନ୍ତି ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ଯ ସଂଯୋଜକ ଜ୍ଯୋତି ପ୍ରକାଶ ଜେନା,ତ୍ରିଲୋଚନ ରଥ, ରଘୁନାଥ ମହାନ୍ତି , ବିଶ୍ବନାଥ ବଡଜେନା ପ୍ରମୁଖ ସହଯୋଗ କରିଥିଲେ । ମାଉସୀମାଙ୍କ ବରିଷ୍ଠ ସେବାୟତ ବିଶ୍ବନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପୁରୀ ଲିଙ୍ଗରାଜ କଳା ନିକେତନର ଆନ୍ତର୍ଜାତିୟ ନୃତ୍ଯ ଗୁରୁ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ଯ କାର୍ଯ୍ୟକ୍ରମ ମଧ୍ୟରେ ବିନ୍ଧ୍ଯବାସିନୀ, ଦଶାବତାର, ଶିବସ୍ତୁତି, ସ୍ଥାୟୀ, ଶାନ୍ତାକାରାମ ନୃତ୍ଯ ସହ କାହିଁ ଗଲେ ଗୁରୁବ୍ରହ୍ମା ପରିବେଷଣ କରାଯାଇଥିଲା । ଏହା ସହ ଆଦିବାସୀ ନୃତ୍ଯ କୁଇ, ସମ୍ବଲପୁରୀ ଲୋକ ନୃତ୍ଯ, ଡାଲଖାଇ ଭଜନନୃତ୍ଯ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ନୃତ୍ଯଶିଳ୍ପୀ ଭାବେ ସିପ୍ରା ମିଶ୍ର, ଅର୍ଚ୍ଚନା ସାହୁ, ସୁପ୍ରିୟା ପଲେଇ, ମମତା ଭୋଇ,ଶୁଭସ୍ମିତା ବଳ, କାଳୁଚରଣ ବରାଳ, ଭାଗ୍ଯଲକ୍ଷ୍ମୀ ଜେନା ଓ ବଳରାମ ସେଠୀ ଅଂଶଗ୍ରହଣ କରିଥିଲେ । ଲିଙ୍ଗରାଜ କଳା ନିକେତନର ସଂପାଦକ ମର୍ଦଳ ଗୁରୁ ଜଗନ୍ନାଥ ମିଶ୍ର କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ପ୍ରବକ୍ତା ନିର୍ମଳା ଫତେସିଂ ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶ୍ରବଣ କରାଇଥିଲେ । ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥଲା ପଞ୍ଚକ ମହୋତ୍ସବ । ଲିଙ୍ଗରାଜ କଳା ନିକେତନର କଳାକାରଙ୍କ ନୃତ୍ଯ ଛନ୍ଦ ତାଳ ସହ କଳାକାରଙ୍କ ଅଭିନୟରେ ପରିବେଷଣ ଦ୍ବାରା ଭାବ ଭକ୍ତିରେ ଭାବବିହ୍ବଳ ହୋଇଥିଲେ ହବିଷିଆଳି ,ଶ୍ରୋତା ଓ ଦର୍ଶକ । ଶେଷରେ ଲିଙ୍ଗରାଜ କଳା ନିକେତନର କଳାକାରଙ୍କ ଭଜନ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । ମଞ୍ଚ ଉଦଘୋଷକ ଭାବେ ସିଦ୍ଧାର୍ଥ ପଟ୍ଟନାୟକ କରିଥିଲେ । ଅଭିମନ୍ୟୁ କାନୁନଗୋ ମଞ୍ଚ ସଂଚାଳନା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପଞ୍ଚକ ମହୋତ୍ସବ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post