ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମାଁ ଶ୍ୟାମାକାଳୀ ମନ୍ଦିରରେ ମାଁ ଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି।
ଏହି ମନ୍ଦିର ଦୀର୍ଘ ୨୮ ବର୍ଷ ହେଲା ହୋଇଛି। ମାଁ ଙ୍କ ଏହି ଜନ୍ମ ମହୋତ୍ସବ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ମାଁଁ ଙ୍କର ପୂର୍ଣ୍ଣାହୁତି ହେବ। ପ୍ରତ୍ୟେକ ଦିନ ସକାଳୁ ମାଁ ଙ୍କର ଆଳତୀ , ହୋମଯଜ୍ଞ ପ୍ରଭୃତି ହେବା ସଙ୍ଗେସଙ୍ଗେ ସନ୍ଧ୍ୟା ସମୟରେ ଦୀପଯଜ୍ଞ ସହ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଥାଏ।
ମାଁ ଙ୍କ ଏହି ୧୧ ଦିନ ପୂଜା ଦେଖିବା ପାଇଁ ଆଖପାଖରୁ ଅଞ୍ଚଳରୁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ମାଁ ଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ କିଛି ଭକ୍ତମାନେ ନିଜର ମନସ୍କାମନା କରିଥାନ୍ତି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।
ପ୍ରତିଦିନ ମାଆଙ୍କ ନିକଟରେ ଅନ୍ନପ୍ରସାଦ ହୋଇଥାଏ। ଅନ୍ନପ୍ରସାଦ ପାଇବା ପାଇଁ ଭକ୍ତମାନଙ୍କ ସମାଗମ ହୋଇଥାଏ।
ପ୍ରତ୍ୟେକ ଦିନସଂଧ୍ୟା ରେ ଶ୍ରଦ୍ଧାଳୁ ଭକ୍ତ ଙ୍କ ମନୋରଞ୍ଜନ ପାଇଁ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କାର୍ଯକ୍ରମ ହେଉଥିବା କାଳୀ ମନ୍ଦିର ପରିଚାଳକ ମନୁ ପଟ୍ଟନାୟକ କରିଛନ୍ତି।
ମାଁ ଶ୍ୟାମାକାଳୀ ଙ୍କ ଜନ୍ମ ମହୋତ୍ସବ ର ଦଶମ ରାଜନୀରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର ଶିଶୁ କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପଞ୍ଚମୁଖୀ ହନୁମାନ ମନ୍ଦିରର ସେବକ ଶିବ ସ୍ୱରୂପାନନ୍ଦ ସ୍ବରୂପ ମାଁ ଶ୍ୟାମାକାଳୀ ଓ ସତୀ ଚନ୍ଦ୍ରାବତୀ ଙ୍କ ଉପରେ ପ୍ରବୋଚନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post