ERSS ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତି

5

ଭୁବନେଶ୍ୱର : ଓଡିଶା ପୋଲିସର ERSS ସହଯୋଗରେ ଜଣେ ଗୁରୁତର ଆହତ ବ୍ୟକ୍ତି ଉଦ୍ଧାର ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି | ସୂଚନାନୁଯାୟୀ, ଗଜପତି ଜିଲ୍ଲା ନାରିଙ୍ଗ ଛକ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ସହ ଗାଡି ଭିତରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ । ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ମୋହନାସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ଅଗ୍ନିଶମ ସେବା ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଜରୁରୀକାଳୀନ ସହାୟତା ପାଇଁ 112 କୁ ଫୋନ କରନ୍ତୁ

Leave A Reply

Your email address will not be published.