ମନ୍ତ୍ରୀ ଶ୍ରୀ ସଂପଦ ସ୍ୱାଇଁଙ୍କୁ ଭେଟିଲେ ନିଉଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ କନସଲ ଜେନେରାଲ୍

5

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ନିଉଜିଲାଣ୍ଡର ଅକ୍ଲାଣ୍ଡରେ ଅବସ୍ଥାପିତ ହେବାକୁ ଯାଉଥିବା କନସଲ ଜେନେରାଲ୍ ଶ୍ରୀ ମଦନ ମୋହନ ସେଠୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉତ୍ତରୀୟ ଏବଂ ବୋଇତର ସ୍ମାରକୀ ଶ୍ରୀ ସେଠୀଙ୍କୁ ପ୍ରଦାନ କରିଥିଲୋ
ନିଉଜିଲାଣ୍ଡ ସ୍କିଲରେ ଆଗ୍ରୋ, ଦୁଗ୍ଧଜାତୀୟ ପଦାର୍ଥ ଏବଂ ପୁଞ୍ଜିନିବେଶ ଉପରେ ଆଲୋଚନା କରାଯାଇଥିଲାା ସଂପ୍ରତି ଓଡ଼ିଶାର ଉତ୍ପାଦକୁ ବିଶ୍ୱବଜାରରେ ପ୍ରଚାରପ୍ରସାର କରାଇବା ସହିତ ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ସ୍କିଲ୍ ହବରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲୋ

Leave A Reply

Your email address will not be published.