ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏକ ଡାଲା ଅଟୋରେ ଶାଳ ଗଣ୍ଡି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ବନବିଭାଗ ସ୍ଥାନୀୟ ପୋଲିସ୍ ମିଳିତ ଭାବେ ଚଢାଉ କରି ଶାଳ କାଠ ସହିତ ସଂପୃକ୍ତ ଅଟୋକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି I ସୂଚନା ପ୍ରକାରେ ବୁଧବାର ରାତିରେ OD 02 B 6479 ନମ୍ବର୍ ବିଶିଷ୍ଟ ଏକ ଡାଲା ଅଟୋରେ ବେଲଗୁଣ୍ଠା ପଟୁ ବ୍ରହ୍ମପୁରକୁ ଶାଗୁଆନ୍ କାଠ ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ସେକ୍ସନ୍ ବନପାଳ ଜି.ଭେଙ୍କଟ ରାଓ ଦୋରା ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବନବିଭାଗ ଏବଂ ପୋଲିସ୍ ବେଲଗୁଣ୍ଠା ନିକଟରେ ମିଳିତ ଚଢ଼ାଉ କରି ଡାଲା ଅଟୋକୁ ଜବତ କରି ସେଥିରୁ 27 ଖଣ୍ଡ ଶାଳ ଗଣ୍ଡି ଜବତ କରିଥିଲେ I ଜବତ ଶାଳ ଗଣ୍ଡିର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ I ଅଟୋ ଚାଳକ ଖସି ଯାଇଥିବା ବେଳେ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବନପାଳ ଶ୍ରୀ ଦୋରା ପ୍ରକାଶ କରିବା ସହିତ ଏନେଇ ୟୁଡ଼ି କେଶ୍ ନମ୍ବର୍ 02/24-25 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କଥା ସୂଚନା ଦେଇଛନ୍ତି I ଏହି ଚଢାଉରେ ରେଞ୍ଜ ଅଫିସର୍ ସୁଜାତା ରାଣୀ ପଣ୍ଡା,ବନରକ୍ଷୀ ସୀମାଞ୍ଚଳ ମିଶ୍ର, ଶ୍ରୀମନ୍ ପ୍ରଧାନ, ପ୍ରିୟଙ୍କା ପାଳ,ଫରେଷ୍ଟ ସ୍କ୍ଵାଡ୍ ଏବଂ ବେଲଗୁଣ୍ଠା ପୋଲିସ୍ ବାହିନୀ ସାମିଲ୍ ଥିଲେ I ବନ ବିଭାଗ ଏବଂ ପୋଲିସ୍ ବିଭାଗର ଏହି ଚଢ଼ାଉ ପରେ ଅଞ୍ଚଳରେ କାଠ ମାଫିଆଙ୍କ ମଧ୍ୟରେ ଛନକା ପଶି ଯାଇଛି I ବନପାଳ ଜି ଭେଙ୍କଟ ରାଓ ଦୋରା ବେଲଗୁଣ୍ଠା ସେକ୍ସନରେ ନୂତନ ଭାବେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ କୌଣସି କାଠ ମାଫିଆ କିମ୍ବା ଶିକାରୀଙ୍କୁ ମାଫ୍ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.