ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଅରୁଗୁଳା ସ୍ନେହା ଧାନ ସଂଗ୍ରହ କୁ ନେଇ ପ୍ରସ୍ତୁତି ର ସମୀକ୍ଷା କରିବା ସହ ଝାରବନ୍ଧ ମଣ୍ଡି କୁ ପରିଦର୍ଶନ କରି ବିଭିନ୍ନ ଅଧିକାରୀ ମାନଙ୍କୁ ଚାଷୀ ମାନେ ଯେମିତି କୌଣସି ଅସୁବିଧା ର ସମ୍ମୁଖୀନ ନ ହୋଇ ସୁଚାରୁ ରୂପେ ନିଜର ଧାନ ବିକ୍ରି କରି ପାରିବେ l ସେ ବିଷୟ ଉପରେ ଧ୍ୟାନ ଦେବାକୁ ଏବଂ ମଣ୍ଡି ରେ ଧାନ ସଂଗ୍ରହ ପରେ ଚାଷୀ ମାନଙ୍କୁ ତାଙ୍କର ପ୍ରାପ୍ୟ ଯଥା ଶୀଘ୍ର ଯେମିତି ମିଳି ପାରିବ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଆସନ୍ତା ନଭେମ୍ବର 20 ତାରିଖ ରୁ ଧାନ କିଣାଜିବ ବୋଲି ସୂଚନା ଦେଇଥିଲେ l
