ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା:ବିଚାର ବିଭାଗୀୟ ତଦନ୍ତ ଦାବୀ କଲେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ

4

“ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ସେ ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ୍ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ଟି ବି.ପି.ଏଲ୍. ଅନ୍ତର୍ଭୁକ୍ତ ଏହି ଅନୁସୂଚିତ ଜନଜାତିର ପରିବାର ଏହି ଦୁଃଖଦ ଘଟଣାର ଶିକାର ହେଲେ ।”

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାରପୁର ପଞ୍ଚାୟତର ମାଣ୍ଡିପଙ୍ଗା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଃଖଦ ଘଟଣା ପରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସଂଧାନ କରି ଫେରିଛନ୍ତି ଜାତୀୟ ମାନାବାଧିକାର କମିଶନଙ୍କ ଏକ ପ୍ରତିନିଧି ଦଳ। ଏହି ଦଳରେ ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ, ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ଶ୍ରୀ ମନୋଜ ଜେନା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ, କନ୍ଧମାଳ ଜିଲ୍ଲା ସଂଯୋଜକ ବିକ୍ରମ ବସ୍ତି ରାୟ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେବା ସହ ସ୍ଥାନୀୟ ଲୋକଙ୍କୁ ଓ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରି ଥିଲେ । ଦେଶର ଜାତୀୟ ଇତିହାସରେ ଏକ କ୍ରୂର ଓ ମର୍ମନ୍ତୁଦ ଓ ଚିନ୍ତାର ବିଷୟ । ଓଡ଼ିଶାର ଦାରିଦ୍ର୍ୟ ଓ ଆମ୍ବଟାକୁଆ ଭଳି ଅଖାଦ୍ୟ ଖାଇବା ଘଟଣାକୁ ଏହା ପୁନର୍ଜିବିତ କରିଛି । ଗତ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ସେ ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ୍ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ଟି ବି.ପି.ଏଲ୍. ଅନ୍ତର୍ଭୁକ୍ତ ଏହି ଅନୁସୂଚିତ ଜନଜାତିର ପରିବାର ଏହି ଦୁଃଖଦ ଘଟଣାର ଶିକାର ହେଲେ । ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସଂପୂର୍ଣ ଦାୟି ବୋଲି ଶ୍ରୀ ତ୍ରିପାଠୀ, ଶ୍ରୀଜେନା ଓ ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ଅବହେଳା ପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ ବିଚାର ବିଭାଗୀୟ ତଦନ୍ତ ପାଇଁ ସେମାନେ ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଘଟଣାକୁ ଚାପି ଦେବାପାଇଁ ଏକ ହୀନ ଉଦ୍ୟମ ବୋଲି ଶ୍ରୀ ଜେନା କହିବା ସହ ଯେ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ କେଶ ଡାଏରେ କରାଯାଇଛି ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ ଏହି ଟିମ୍ ମାଣ୍ଡିପଙ୍କାରେ ପହଞ୍ଚିବା ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ରେ ଆର୍ ଡି ସି ଓ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତଦନ୍ତ ସାରି ଘଟଣା ସ୍ଥଳ ରୁ ଫେରି ଯାଇଥିଲେ l ମାନସିକ ଭାର ସାମ୍ୟ ହରାଇଥିବା ମୃତକ ପରିବାର ଲୋକେ କଣ ଅବା କହି ପାରିବେ ଗ୍ରାମ ବାସୀଙ୍କ ଦୁଃଖର କଥା ବୁଝିଲେ ନାହିଁ ଆର ଡି ସି ବୋଲି ଗ୍ରାମବାସୀ କହିଥିଲେ l ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀ ତ୍ରିପାଠୀ l ପ୍ରକୃତ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସରକାର ବୋଲି ସେ କହିବା ସହ ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକ ଅଛି ବୋଲି ମଧ୍ୟ କହିଛନ୍ତି l

Leave A Reply

Your email address will not be published.