ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସଂଗଠନ ପର୍ବ ତଥା ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।
ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ. ନାୟରଣ ରାଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସଂଗଠନ ପର୍ବ ପ୍ରଭାରୀ ତଥା ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସଙ୍ଗଠନ ପର୍ବ ଜିଲ୍ଲା ରିଟର୍ଣିଂ ଅଧିକାରୀ କାଳୀରାମ ମାଝୀ , ସଦସ୍ୟତା ଅଭିଯାନ ପ୍ରଭାରୀ ଟି. ଗୋପୀ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଇ. ପ୍ରଶାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।
ସମସ୍ତ ନିମନ୍ତ୍ରିତ ଅତିଥି ତଥା ପ୍ରଭାରୀ ଗଜପତି ଜିଲ୍ଲା ସାଂଗଠନିକ ଉଭୟ ଅନଲାଇନ୍ ଓ ଅଫ ଲାଇନ ସଦସ୍ୟତା ଅଭିଯାନ , ସାଂଗଠନିକ ନିର୍ବାଚନ , ଦଳୀୟ କାର୍ଯ୍ୟକ୍ରମ ର ସକ୍ରିୟତା ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପାରଳାଖେମୁଣ୍ଡି ଓ ମୋହନା ପାଇଁ ଦୁଇ ଜଣ ଙ୍କୁ ଅତିରିକ୍ତ ରିଟର୍ଣିଂ ଅଧିକାରୀ ଙ୍କୁ ମନୋନୟନ କରାଯାଇଥିଲା।
କର୍ମଶାଳାରେ ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି ତଥା ଶତାଧିକ ନେତୃବୃନ୍ଦ ଯୋଗ ଦେଇଥିବା ବେଳେ ସାଧାରଣ ସମ୍ପାଦକ କାମଦେବ ବଡନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.