ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗତ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏ.ଡ଼ି.ଜେ ଦେବଦତ୍ତ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା।ଖୋଦ ଜର୍ଜ ଙ୍କ ଘରୁ ଚୋରି ହେବା ବିଷୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥିବା ବେଳେ ଭଞ୍ଜନଗର ପୋଲିସ୍ ର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ହେଲେ ଏହି ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଏହାକୁ ଗୁରୁତର ସହ ନେଇ ସଠିକ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରି ଏହାର ପର୍ଦ୍ଦାଫାଶ କରିଛି ଆଜି ଭଞ୍ଜନଗର ପୋଲିସ। ଦଶହରା ଛୁଟି ଯୋଗୁଁ ଭଞ୍ଜନଗର ଏ.ଡି.ଜେ ଗତ ୧୪ ତାରିଖରୁ ନିଜ ବାସଭବନ ଛାଡ଼ି ବୁଲିବାକୁ ଯାଇଥିବା ବେଳେ ୨୧ ତାରିଖ ଦିନ ନିଜ ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚି ଦେଖିଲେ କେହି ଦୁର୍ବୁତ୍ତ ତାଙ୍କ ଆଲମିରା ଭାଙ୍ଗି ୨ଟି ସୁନା ଚୁଡି,୨ଟି ସୁନା କାନ ଫୁଲ ସହ ୧୦ ହଜାର ଟଙ୍କା ଚୋରୀ କରି ନେଇଥିବା ବିଷୟ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଭଞ୍ଜନଗର ପୁଲିସ୍ କେସ୍ ନମ୍ବର ୯୬୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଏହି ଘଟଣାର ତଦନ୍ତ କରି ଗତକାଲି ଚଗଲା ମଲ୍ଲିକ, ପିତା ଚରଣ ମଲ୍ଲିକ, ତୋଫାନ ମହାରଣା ବାପା ଦୁଖା ମହାରଣା ଘର ଭଞ୍ଜନଗର ବ୍ଲକ ନିକଟସ୍ଥ ମନଇଛାସାହି ର ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ତାଙ୍କଠାରୁ ଚୋରି ହୋଇଥିବା ସୁନା ଜିନିଷ ଜବତ କରିବା ସହ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.