ସମ୍ବର୍ଦ୍ଧିତ ହେଲେ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳୀ ତାନଭି ପତ୍ରୀ
ଭୁବନେଶ୍ୱର, ୦୩/୧୧/୨୪: ସନ୍ତରଣ ଜଗତର ଅନନ୍ୟ ପ୍ରତିଭା ଓଡିଶାର ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ମର୍ଯ୍ୟାଦାଜନକ ‘ଏକଲବ୍ୟ ପୁରସ୍କାର’, ଏପ୍ରିଲ୍ ୧ ତାରିଖ ୨୦୨୨ ରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ ମଧ୍ୟରେ ଉଭୟ ଜାତୀୟ ଓ ଆର୍ନ୍ତଜାତୀୟସ୍ତରରେ ତାଙ୍କର ଅନନ୍ୟ କୃତିତ୍ୱ ପାଇଁ ସମ୍ମାନପତ୍ର, ଫଳକ ସହିତ ୭ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି ।
ଏହି ଅବସରରେ ଉଦୀୟମାନ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳୀ ତାନଭି ପତ୍ରୀ ଉଭୟଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଟଙ୍କା ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି ।
ଏହି ସନ୍ଧ୍ୟାରେ ଉପମୁଖ୍ୟ ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ,ଶକ୍ତି ବିଭାଗ ଓଡିଶା ସରକାର ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । “ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଚେୟାରମ୍ୟାନ୍, ଏକଲବ୍ୟ ପୁରସ୍କାର କମିଟୀ ୨୦୨୪ ଶ୍ରୀ ବୈଜୟନ୍ତ ପଣ୍ଡା, ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ସୟଦ୍ ମକବୁଲ୍ ଅଲ୍ଳୀ, ମ୍ୟାଜେମେଣ୍ଟ୍ କନ୍ସଲ୍ଟାଣ୍ଟ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀମତି ପାରମିତା ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଥିଲା | ହେଡ୍ କର୍ପୋରେଟ୍ ଆଫାୟାରସ୍ ଓ ୩୨ତମ ଏକଲବ୍ୟ ପୁରସ୍କାର ଆବାହକ ଶ୍ରୀ ଶଶାଙ୍କ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଭାରତର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରି∙ଳିତ “ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ)’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ । କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି ।