ପଦ୍ମପୁର :- ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ ସୁସାହିତ୍ୟିକ,ସୁବକ୍ତା, ସଙ୍ଗଠକ
, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ,ଲେଖକ , କବି ତଥା ସିର୍ଜୀନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଏଵଂ ସର୍ବୋପରି ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଶିକ୍ଷକ ଶ୍ରୀ ରାଜେନ୍ଦ୍ର ମହାନ୍ତିଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଯେହେତୁ ଅକ୍ଟୋବର 31 ରେ ଦୀପାବଳୀ ଛୁଟି ଥିବାରୁ ଆଜି ତାଙ୍କର କର୍ତ୍ତବ୍ୟରତ ସ୍କୁଲ ବ୍ରାହ୍ମଣଡିହି ପ୍ରାଥମିକ ବିଦ୍ୟାଳୟରେ ତାଙ୍କୁ ଏକ ଭାବ ବିହ୍ବଳ ପରିବେଶ ମଧ୍ୟରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍କୁଲ କମିଟି ର ସଦସ୍ୟ ମାନେ ଗ୍ରାମ୍ୟ ପରିକ୍ରମା ପରେ ତାଙ୍କୁ ତାଙ୍କର ଘର ପର୍ଯ୍ୟନ୍ତ ପାଛୋଡ଼ି ଆଣିଥିଲେ। ତାଙ୍କର ବାସଗୃହ ଠାରେ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ସାହୁ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ରମେଶ ଗୁର୍ଲା,ଶ୍ରୀ ରାଧାକାନ୍ତ ଲୁହାର ଓ ଶ୍ରୀ ଅନ୍ତର୍ଯ୍ୟାମୀ ମେହେର ,ଶ୍ରୀ ନସିବ ଗୁର୍ଲା ଓ ଶ୍ରୀ ଗଜାନନ ନାଗ ଙ୍କ ସୁଲଳିତ କଣ୍ଠରେ ଗୁରୁ ବନ୍ଦନା ସହ ଭକ୍ତି ସଙ୍ଗୀତ ଏକ ଭାବାମୟ ପରିବେଶ ସୃଷ୍ଟି କରିଥିଲା।ଏହି ସମାରୋହରେ ଶ୍ରୀ ମହାନ୍ତିଙ୍କର ଅନେକ ଶୁଭେଚ୍ଛୁ ଆସି ତାଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅବସର କାଳୀନ ଜୀବନ ସୁଖରେ ଅତିବାହିତ ହେଉ ବୋଲି କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.