୧୧୦ଜଣଙ୍କ ଆଖି ପରୀକ୍ଷା ସହିତ, ୭ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନିଆଗଲା!!!!

3

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାତୀୟ ରାଜପଥ ୪୯ନମ୍ୱର ବମ୍ବେଛକ ଟୋଲଗେଟ ପରିସରରେ, ପୂର୍ବସୁଚନା ଅନୁସାରେ ଆଜି ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ସୁଚନା ଅନୁଯାଇ ଗତ ୨୩ ତାରିଖ ଦିନ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ରାସଗୋବିନ୍ଦପୁର ତରଫରୁ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ସହୋଯୋଗରେ ତିନି ରାଜ୍ୟ ସୀମାନ୍ତ ଜାମଶଳା ଠାରେ ଏକ ମୋବାଇଲ ୟୁନିଟ ଜରିଆରେ ୭୦ରୁ ଉର୍ଦ୍ଧ ଟ୍ରକ ଚାଳକଙ୍କ ଆଖୀ ପରୀକ୍ଷା କରାଯାଇ ତନ୍ମଧ୍ୟରୁ ୪୦ରୁ ଉର୍ଦ୍ଧ୍ ଟ୍ରକ ଚାଳକଙ୍କୁ ମାଗଣା ଚଷମା ଚିକିତ୍ସାଳୟ ତରଫରୁ ପ୍ରଦାନ୍ କରଯାଇଥିଲା। ସେହିପରି ପୁର୍ବ ସୁଚନା ଅନୁସାରେ ଆଜି ଜାତୀୟ ରାଜପଥ ୪୯ ଓ ୧୮ ନମ୍ୱର ମିଳିତ ସ୍ଥାନ ଝାରପୋଖରୀଆ ବମ୍ବେଛକ ଟୋଲ ଗେଟ କାର୍ଯ୍ୟାଳୟ ପରିସରରେ ଏକ ବୃହତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରଯାଇଥିଲା। ସ୍ଥାନୀୟ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟର ସଦସ୍ୟ ଓ ଝାରପୋଖରୀଆ ଟୋଲଗେଟ କର୍ମଚାରୀ ଏହି ଶିବିର ପରିଚାଳନାରେ ସାହାର୍ଯ୍ୟ କରିଥଲେ। ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ପରୀକ୍ଷକ ଟିମର ପରୀକ୍ଷକ ରଞ୍ଜିତ ମୁର୍ମୁ, ପ୍ରମୋଦ କୁମାର ସେନାପତି, ଲିଜା ନାଏକ, କିରଣ କୁମାର ନାଏକ, ତପସ୍ଵିନୀ ପାତ୍ର, ସ୍ମିତା ସିଂ, ଲକ୍ଷ୍ମଣ ମୂର୍ମୁ, ସୁନାରମ ମୂର୍ମୂ ପ୍ରମୁଖ ମୋଟ ୧୧୦ଜଣ ଟ୍ରକ ଚାଳକ ଓ ସ୍ଥାନୀୟ ଲୋକଙ୍କ ଚକ୍ଷୁ ପରୀକ୍ଷା କରି, ୬୮ ଜଣ ଡ୍ରାଇଭର ଓ ଲୋକମାନଙ୍କୁ ନିଃଶୁଳ୍କ ଚଷମା ପ୍ରଦାନ କରିଥିଲେ। ସେହିପରି ୭ ଜଣ ମହିଳା ଓ ପୁରୁଷଙ୍କ ମୋତିଆବିନ୍ଦୁ ଚିହ୍ନଟ କରି ତାଙ୍କ ଚକ୍ଷୁର ଅସ୍ତ୍ରୋପୋଚାର ପାଇଁ ଚିକିତ୍ସାଳୟ ଦ୍ବାରା ରାସଗୋବିନ୍ଦପୁର ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ କୁ ନିଆଯାଇଛି। ଅନ୍ୟପଟେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟର ଉପସଭାପତି ଅଶୋକ ପୃଷ୍ଟି, ସଭାପତି କୁଞ୍ଜ ବିହାରୀ ସେଠୀ, ସଂଯୋଜକ ମଳୟ କୁମାର ନାୟକ, ସଦସ୍ୟ ବିବେକ ଦାସ, ମାନସ ପୃଷ୍ଟି, ସମ୍ପାଦକ ବାସୁଦେବ ପାତ୍ର, ଅଶ୍ୱନି ମହାନ୍ତ, ପ୍ରିତମ ପଣ୍ଡା, ଦିବ୍ୟରଞ୍ଜନ ମହାନ୍ତ ପ୍ରମୁଖ ସାମିଲ ହୋଇ ଏହି ଶିବିରକୁ ଆୟୋଜନ କରିଥିବା ବେଳେ। ଟୋଲଗେଟର ପରିଚାଳକ ଭବାନୀ ଶଙ୍କର ମହାନ୍ତ ଏବଂ କର୍ମଚାରୀ ମାନେ ସହୋଯୋଗ କରିଥିବା ବେଳେ ମୟୂରଭଞ୍ଜ ଡ଼୍ରାଇଭର ସଂଘ ସାରସକଣା ବ୍ଲକ ଶାଖାର ସଦସ୍ୟ ମାନେ ଉପସ୍ଥିତ ହୋଇ ସାହାର୍ଯ୍ୟ କରିଥିଲେ। ତେବେ ପ୍ରତ୍ୟେକ ବର୍ଷ ଜାତୀୟ ଯୁବ ପ୍ରକଳ୍ପ ସାହୋଜୋଗ ରେ ବମ୍ବେଚକ ଠାରେ ସୁନ୍ଦର ଚକ୍ଷୁ ଶିବିର ହୋଇଆସୁଥିବା ବେଳେ ଚଳିତ ବର୍ଷର ଏହି ସିବିର ମଧ୍ଯ ସଭିଙ୍କ ଉଦ୍ୟମରେ ସଫଳ ହୋଇଛି ବୋଲି ମହାତ୍ମା ଗାନ୍ଧି ଚକ୍ଷୁ ଚିକିତ୍ସାଳୟ ରାସଗୋବିନ୍ଦପୁରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଆଦିତ୍ୟ ପଟ୍ଟନାୟଙ୍କ ସହ ପରିଚାଳକ ଡ଼ ପ୍ରତୀକ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ତେବେ ଟୋଲ ପ୍ଲାଜା କର୍ମଚାରୀ ଚାଳକ ମାନଙ୍କୁ ଆଖି ପରୀକ୍ଷା କରାଇବା ନିମନ୍ତେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିବା ବେଶ୍ ଉତ୍ସାହଜନକ ହୋଇଥଲା। 

Leave A Reply

Your email address will not be published.