ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୩୦.୧୦.୨୦୨୪ ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୪ ଅତିରିକ୍ତ ଜିଲ୍ଲାପାଳ (ସା) କଳାହାଣ୍ଡି ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସଦଭାବନା ସଭାଗୃହଠାରେ ପାଳିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଯଦି କୌଣସି ବିପର୍ଯ୍ୟୟ ହୁଏ, ତାହେଲେ ତାହାର ସଠିକ ମୁକାବିଲା କିପରି କରାଯାଇ ପାରିବ ସେ ବିଷୟକୁ ନେଇ ମିଳିତ ଭାବେ କାର୍ଯ୍ୟନିର୍ବାହ କରିବା ପାଇଁ ଆଲୋଚନା କରାଯାଇଥିଲା । ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଦ୍ଵାରା ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଓଡମାଶ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଆଲୋକପାତ କରିଥିଲେ । ସଚେତନତା ସହ ମୋବାଇଲର ସଦୁପଯୋଗ ବିପର୍ଯ୍ୟୟ ପାଇଁ ମଧ୍ୟ କିପରି ବ୍ୟବହାର କରାଯାଇ ପାରିବ ସେ ସମ୍ବନ୍ଧରେ, ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ଆପ “ସତର୍କ” ର ବହୁତା ମାତ୍ରାରେ ପ୍ରଚାର ଓ ବ୍ୟବହାର ହିଁ ଆଗୁଆ ସୂଚନା ପାଇବାରେ ସହାୟକ ହେବ ସେ ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଜିଲ୍ଲାରେ ଥିବା ୪ ଗୋଟି ବହୁମୂଖୀ ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ଆଶ୍ରୟସ୍ଥଳୀର ଚିହ୍ନଟ, ଉପଯୁକ୍ତ ରକ୍ଷଣାବେକ୍ଷଣ, ପ୍ରତି ଉପଖଣ୍ଡ / ବ୍ଲକରେ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ ପାନୀୟଜଳ ର ଉତ୍ତମ ପରିଚାଳନା ସହ ଉପଯୋଗୀ ଯୋଗାଯୋଗ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଜିଲ୍ଲା ର ଦୁଇ ଜଣ ୟାଗ୍ନିକ ଉମାକାନ୍ତ ବାଗ ଓ ବବ୍ ଲୁ ସେନ୍ଦ୍ରଆ ଙ୍କୁ ନିଷ୍ଠାପର ସେବା ପାଇଁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରପାଳିକା ରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ 2024 ପାଳନ କରାଯାଇଥିଲା। ଏଥିରେ
ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.