ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ୱାଇଁ, ରାଜନୀତି ବିଭାଗର ଅଧ୍ୟାପକ ଡ଼ଃ ପ୍ରଫୁଲ୍ଲ କୁମାର ଜେନା, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ମଞ୍ଚାସିନ ଥିଲେ। ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ଏହି ପାଠଚକ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ‘ଗବେଷଣା ପ୍ରଣାଳୀ’ ପ୍ରଣାଳୀ ବିଷୟରେ ଆଲୋଚନା ହୋଇଥିଲା। ଏହାକୁ ପାଠ କରିଥିଲେ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୋନାଲି ବରଡ଼। ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନ ବିଷୟକୁ ନେଇ ଆଲୋଚନା ହୋଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଶିକ୍ଷା ଓ ଗବେଷଣା ସମ୍ପର୍କରେ ନିଜ ମତ ରଖିବା ସହିତ ମଞ୍ଚାସିନ ଅତିଥି ମାନେ ମଧ୍ୟ ନିଜ ସୁଚିନ୍ତିତ ମତ ପ୍ରଦାନ କରିଥିଲେ।ଶେଷରେ ଶ୍ରୀମତୀ ପାତ୍ର ଗବେଷଣା ପ୍ରଣାଳୀ ବିଷୟରେ ସମ୍ପୂର୍ଣ ବ୍ୟାଖ୍ୟା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.