ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଶୋଭାଯାତ୍ରା ଓ ଶପଥ ପାଠ
ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସ୍ଥାନୀୟ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଡିଏସପି ଦୁର୍ନୀତି ନିବାରଣ ବିଭାଗ ଶ୍ରୀ ବାସୁଦେବ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଟାଉନ୍ ହଲ ଠାରୁ ବାହାରି ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପର୍ଯ୍ୟନ୍ତ ସଚେତନତା କରାଯାଇଥିଲା , ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ରେ ଶୋଭାଯାତ୍ରା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ହାତରେ ପ୍ଲାସ୍ କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।
ପରେ ପରେ ଉକ୍ତ ସ୍ଥାନରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଦୁର୍ନୀତି ନିବାରଣ ସଚେତନତା ଉପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଅତିରିକ୍ତ ଜିଲ୍ଲାପାଳ ଓ ଡିଏସପି ଦୁର୍ନୀତି ନିବାରଣ ବିଭାଗ ଯୋଗ ଦେଇ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତା ଉପସ୍ଥିତ ଥିଲେ ଶ୍ରୀ ଟିମନ ବାରା , ଜ଼ିଲ୍ଲା ପ୍ରକଳ୍ପ ସଂଯୋଯକ, ମିଶନ ଶକ୍ତିଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ହୋଲ ଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ସମସ୍ତ ଅଧିକାରୀଙ୍କୁ ଶପଥ ପାଠ କରାଇ ଦୁର୍ନିତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ବ୍ୟବସ୍ଥା କୁ କଡାକଡି ପାଳନ କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଦିଗରେ ସମସ୍ତ ନାଗରିକ ଓ ଜନସାଧାରଣ ମାନଙ୍କୁ ସଚେତନତା ହେବା ଜରୁରୀ , ଏଣୁ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ କିପରି ଦେଶ ରୁ ଦୁର୍ନୀତିର ମୁଳୋଉତ୍ପାଟନ ହୋଇପାରିବ ଓ ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ସହିତ ସର୍ବାଧିକ ସାଧୁତା , ସ୍ଵଚ୍ଛତା ଓ ସତ୍ୟନିଷ୍ଠ ରେ ପ୍ରତିବନ୍ଧିତ ରହି କାର୍ଯ୍ୟ କରିପାରିବେ ସେ ସଂପର୍କରେ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।