ବିଜେପୁର :-ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଅବସରରେ ୨୦୦ କୁଣ୍ଡୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସ୍ଥାନୀୟ ଶଙ୍କର୍ଷଣ ଟିଓୟୁପି ସ୍କୁଲ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେପୁର ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ୨୦୦ ଯଜ୍ଞରେ ୨୦୦ ଜଣ ଦମ୍ପତି ସାମିଲ ହୋଇ ଥିଲେ।ହୋମ ବେଦମନ୍ତ୍ର ପାଠରେ ଏକ ଅପୂର୍ବ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ସନ୍ଦେଶକୁ ସାକାର କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ, ବିଦ୍ୱାନ, ବାନପ୍ରସ୍ଥି,ଉପଦେଶକ,ବିଦୁଷୀ ଯୋଗଦେଇଥିଲେ। ଗୁରୁକୁଳ ଆଶ୍ରମ ଆମସେନାର ପୁଜ୍ୟ ସ୍ୱାମୀ ଧର୍ମାନନ୍ଦ ସରସ୍ଵତୀ ଓ ଆଚାର୍ଯ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ,ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ବିନୟ କୁମାର ଆର୍ଯ୍ୟ,ବେଦଧାମର ଅଧ୍ୟକ୍ଷ ସ୍ୱାମୀ ସୁଧା ନନ୍ଦ ସରସ୍ଵତୀ, ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ, ସ୍ୱାମୀ ସୋମବେଶ ସରସ୍ଵତୀ, ସ୍ୱାମୀ ସୁରେଶ୍ୱରାନନ୍ଦ ସରସ୍ଵତୀ, ଗୁରୁକୂଳ ନବପ୍ରଭାତର ଅଧ୍ୟକ୍ଷ ଆଚାର୍ଯ୍ୟ ଭଗବାନ ଦେବ, ଆଚାର୍ଯ୍ୟା ପୁଷ୍ପା ବେଦଶ୍ରୀ(କନ୍ୟା ଗୁରୁକୁଳ ଆମସେନା), ଆଚାର୍ଯ୍ୟା ଶାରଦା (ଘୁଚେପାଲି), ଆଚାର୍ଯ୍ୟା ଡ. ଅହଲ୍ୟା(କନ୍ୟା ଗୁରୁକୁଳ ନୂଆଁପାଲି), ଶ୍ରୀମତୀ ସୁଲକ୍ଷଣୀ ଦେବୀ(ପଦ୍ମପୁର) ପ୍ରମୁଖ ଆଚାର୍ଯ୍ୟ ଯୋଗଦେଇ ବେଦମନ୍ତ୍ର ପାଠ ସହ ପ୍ରବଚନ ଦେଇଥିଲେ। ହୋମଯଜ୍ଞ ପରେ ଧ୍ୱଜାରୋହଣ ଅନୁଷ୍ଠିତ ହୋଇଥିଲା। ବିଧାୟକ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଧ୍ୱଜା ଉତ୍ତୋଳନ କରିଥିଲେ ଓ ଆର୍ଯ୍ୟ ସମାଜ ଉପରେ ଉଦବୋଧନ ଦେଇ ପ୍ରତିବର୍ଷ ଏଭଳି ମହାଯଜ୍ଞ ପାଳନ କରିବା ପାଇଁ ନିବେଦନ କରିଥିଲେ। ବ୍ରହ୍ମା ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ, ଅଧ୍ୟକ୍ଷ ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ ରହିଥିବା ବେଳେ, ସ୍ୱାମୀ ସୋମଦତ୍ତ ଶାସ୍ତ୍ରୀ ଯଜ୍ଞ ପରିଚାଳନା କରିଥିଲେ। ଭଜନ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ବେଦଧାମର ଅଧ୍ୟକ୍ଷ ସ୍ୱାମୀ ସୁଦ୍ଧାନନ୍ଦ ସରସ୍ଵତୀ ଗୀତା ପ୍ରବଚନ ପ୍ରଦାନ କରିଥିଲେ। ବିଜେପୁର ଆର୍ଯ୍ୟ ସମାଜ ଓ ବରଗଡ଼ ବେଦ ପ୍ରଚାର ସମିତି,ଆର୍ଯ୍ୟ ସ୍ୱୟଂ ସେବକ ଦଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.