ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଡି ଇ ଓ

3

ନୂଆଗାଁ: ନୂଆଗାଁ ବିରୁପାଖେସ୍ୱର ମନ୍ଦିର ନିକଟରେ ନିର୍ମାଣ ଧିନ ଚାଲିଥିବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ। ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଶ୍ରେଣୀଗୃହ ଅଭାବରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପିଲାମାନଙ୍କ ଭବିଷ୍ୟତ କୁ ଆଖିରେ ରଖି ନିର୍ମାଣଧୀନ ଚାଲିଥିବା ଆଦର୍ଶ ବିଦ୍ୟାଳୟ କିପରି ଖୁବ ଦୀର୍ଘ କାର୍ଯ୍ୟକ୍ଷମ ହେବ ସେ ସମସ୍ୟା କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରିଣୀ ପରିଦର୍ଶନ କରି ଦେଖିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଶରତ କୁମାର ସାହୁ,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ,ସି ଆର୍ ସି ସି କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.