ସ୍ୱଛ ଭାରତ ଅଭିଯାନ ତର୍କ ପ୍ରତିଯୋଗିତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଦ୍ୟାଳୟସ୍ତରୀୟ ସ୍ୱଛ ଭାରତ ଅଭିଯାନ ତର୍କ ପ୍ରତିଯୋଗିତା ପାରଳାଖେମୁଣ୍ଡି ପୌରପରିଷଦ ଆନୁକୂଲ୍ୟରେ କମ୍ୟୁନିଟି ହଲ (ରୋଟାରୀ କ୍ଲବ)ଠାରେ ଏକଜେକ୍ୟୁଟିଭ ଅଫିସର ଅଶୋକ କୁମାର ରାଉତଙ୍କ ତତ୍ତ୍ବାବଧାନରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହେଇସାରିଛି। ପାରଳାଖେମୁଣ୍ଡି ପୌରାଞ୍ଚଳ ବାହ୍ୟ ମଳ ମୂତ୍ର ତ୍ୟାଗ ମୁକ୍ତ ଅଂଚଳ ଭାବେ ଘୋଷିତ ହେବ ଉପଲକ୍ଷରେ  ଏହା ଅନୁଷ୍ଠିତ ହୋଇଥିଲା।

କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ରାଜେଶ୍ୱରୀ ସ୍ବାଇଁ (ସପ୍ତମ,ସତ୍ୟନାରାୟଣ ରାଜଗୁରୁ ଊପ୍ରା ସ୍କୁଲ), ଦ୍ଵିତୀୟ ସ୍ଥାନ ସୁଶ୍ରୀ ସୁମନ ପାଣିଗ୍ରାହୀ(୫ମ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର)ହାସଲ କରିଥିବା ବେଳେ ଯୁଗ୍ମ  ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ  ମହାଲକ୍ଷ୍ମୀ ମହାପାତ୍ର,(୬ଷ୍ଟ,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର)  ଏବଂ ଶ୍ୱେତା ପଟନାୟକ(୭ମ,ସେଣ୍ଟ ଜସେଫ ଇଂରାଜୀ ମାଧ୍ୟମ ବିଦ୍ୟାଳୟ) ।  ସେହିପରି  ବରିଷ୍ଠ ବିଭାଗରେ  ପ୍ରଥମ ସ୍ଥାନ ମୃତ୍ୟୁଞ୍ଜୟ ରଥ (୯ମ,ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର) , ଦ୍ଵିତୀୟ ସ୍ଥାନରେ ସସ୍ମିତା ପଣ୍ଡା(୯ମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର) ରହିଥିବା ବେଳେ ତୃତୀୟ ସ୍ଥାନରେ ସେହିଁ ପରି ଯୁଗ୍ମ ଭାବେ କଳ୍ପନା ନାଗବଂଶ,(୮ମ,ଗାନ୍ଧିମେମୋରିଆଲ ଊପ୍ରା ବିଦ୍ୟାଳୟ) ଓ  ଲକ୍ଷ୍ମୀ ବୀର(୮ମ, ଆପନ୍ନା ପରିଛା ଊପ୍ରା ବିଦ୍ୟାଳୟ) ପୁରସ୍କୃତ ହୋଇଛନ୍ତି। ବିଚାରକ ଭାବେ  ଡ଼ାକ୍ତର ମୁର୍ମୁ, ଡକ୍ଟର କଲ୍ୟାଣୀ  ମିଶ୍ର ଏବଂ ବିଚିତ୍ରା ନନ୍ଦ ବେବର୍ତା  ଦାୟିତ୍ୱ ତୁଲାଇ ଥିଲେ`|  କାର୍ଯ୍ୟକ୍ରମକୁ ଘନଶ୍ୟାମ ବେହେରା, ଇଂ. ମଧୁସ୍ମିତା ଦାସ, ନକୁଳଚଂଦ୍ର ବିଷୋୟୀ, ଇନ୍ଦିରା ଗୌଡ଼ ପରିଚାଳନା କରିଥିଲେ।

Leave A Reply

Your email address will not be published.