ଭଞ୍ଜନଗର: କୁମାର ପୂର୍ଣ୍ଣିମା ଓଡ଼ିଶାର ଘରେ ଘରେ ଏହି ପର୍ବ ପାଳନ କରାଯାଏ। କାହିଁ କେତେ କାଳରୁ ଏହି ପର୍ବ ସନାତନ ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେ ପାଳନ କରାଯାଉଥିବା ଦେଖାଯାଏ। ୧୨ ମାସରେ ଓଡିଆଙ୍କ ଘରେ ୧୩ ପର୍ବ ପାଳନ ହୋଇଥାଏ। ଆଉ କୁମାର ପୂର୍ଣ୍ଣିମା ବା ଗଜଲକ୍ଷ୍ମୀ ପୂଜା ମଧ୍ୟ ସେହିପରି। ଏହି ପୂର୍ଣ୍ଣିମା ଶରତ ରୁତୁରେ ପଡୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହିଦିନ ଜଗନ୍ନାତା ମାଁ ଲକ୍ଷ୍ମୀ ଦେବୀଙ୍କ ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ।
ଏହି ଗଜଲକ୍ଷ୍ମୀ ପୂଜା ଉତ୍ସବ ଅବସରରେ ଅଦ୍ୟ ଆଶ୍ଵିନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ଣ୍ଣିମା ଅର୍ଥାତ୍ ଅକ୍ଟୋବର ମାସ ୧୬ ତାରିଖ ବୁଧବାର ଦିନ ଭଞ୍ଜନଗର ସ୍ଥିତ ନିୟନ୍ତ୍ରଣ ବଜାର କମିଟି ( ଆର୍.ଏମ୍.ସି ) ସମେତ ଭଞ୍ଜନଗର ବସଷ୍ଟାଣ୍ଡ୍ , ଖାଲାସିସାହି, ପାତ୍ର କଲୋନୀ, ବାଉଶଲୁଣ୍ଡି ଓ ତୁଳସୀ ପଲ୍ଲୀ ଗ୍ରାମରେ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଛି ଗଜଲକ୍ଷ୍ମୀ ପୂଜା ଉତ୍ସବ ଵା କୁମାର ପୂର୍ଣ୍ଣିମା ଉତ୍ସବ। ହିନ୍ଦୁ ପଞ୍ଜିକା, ଶାସ୍ତ୍ର, ରିତି ନିତି ଅନୁସାରେ ବିଭିନ୍ନ ପୂଜା ମଣ୍ଡପରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ପ୍ରାୟତଃ ସଂଧ୍ୟା ସମୟରେ ଆଜି ଆରମ୍ଭ ହୋଇଥିବା ଦେଖାଦେଇଛି। ସ୍ଥାନୀୟ ବିଭିନ୍ନ ସୁନ୍ଦର ଓ ଆକର୍ଷଣୀୟ ପୂଜା ମଣ୍ଡପ ମଧ୍ୟରେ ନିୟନ୍ତ୍ରଣ ବଜାର କମିଟି ତରଫରୁ ଏଥର ମହା ଆଡ଼ମ୍ବରରେ ଓ ଉଲ୍ଲାସ ପୂର୍ଣ୍ଣ ବାତାବରଣ ରେ ପାଳିତ ହୋଇଛି ଗଜଲକ୍ଷ୍ମୀ ପୂଜା ଉତ୍ସବ। ଏଥିରେ ସ୍ଥାନିତ ଉପଜିଲ୍ଲାପାଳ ଶ୍ରୀମାନ୍ ଅନିଲ କୁମାର ସେଠୀ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ରୁପେ ହୋମଯଜ୍ଞ ରେ ଉପଵେସନ ଥିଲେ। ଉକ୍ତ ପୂଜା ରେ ଅର୍.ଏମ.ସି ସମ୍ପାଦକ କସ୍ତୁରୀ ସନ୍ୟାସୀ ରାଜୁ, କୋଷାଧ୍ୟକ୍ଷ ନିଳକଣ୍ଠ ସ୍ବାଇଁ ଙ୍କ ସମେତ ଅନୁଷ୍ଠାନ ରେ ସମସ୍ତ ସଦସ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇଥିଲେ। ଏହା ସହିତ ଭଞ୍ଜନଗର ସହରର ଘୁମୁସର ଘରୋଇ ବସ୍ ମାଲିକ ସଂଘ ଓ ବସଷ୍ଟାଣ୍ଡ୍ ବ୍ୟବସାୟୀ ସଂଘ ତରଫରୁ ମାଁ ଲକ୍ଷ୍ମୀ ଙ୍କ ବିରାଟ ମୃଣ୍ମୟୀ ପ୍ରତିମା ବସଷ୍ଟାଣ୍ଡ୍ ମଧ୍ୟରେ ପୂଜା ପାଇଛନ୍ତି। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା କମିଟି ଖାଲାସିସାହି ଚତୁର୍ଦ୍ଦଶ ବର୍ଷ ପାଳନ କରିବା ସହ ପାତ୍ର କଲୋନୀ ର ମାଁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ପାରମ୍ପରିକ ଦୈନିକ ରିତି ନିତି ରେ ମାଁ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି। ଶ୍ରୀଶ୍ରୀ ବାଞ୍ଚେଶ୍ଵର ପୂଜା କମିଟି ବାଉଶଲୁଣ୍ଡି ତରଫରୁ ଏବର୍ଷ ୧୭ ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେବା ସହ, ମାଁ ଗଜଲକ୍ଷ୍ମୀ ପୂଜା କମିଟି ତୁଳସୀ ପଲ୍ଲୀ ଗ୍ରାମ ତରଫରୁ ଅନେକ ବର୍ଷ ହେବ ପାରମ୍ପରିକ ନିତି ନିତି ରେ ଏହି ଉତ୍ସବ ପାଳନ ହୋଇ ଆସୁଛି। ଭଞ୍ଜନଗର ସହରର ଗଜଲକ୍ଷ୍ମୀ ଙ୍କ ବିଭିନ୍ନ ପୂଜା ମଣ୍ଡପରେ କାନିଟା ଭୋଗ, ଦୀପଯଜ୍ଞ , ଅନ୍ନ ଯଜ୍ଞ ସହିତ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ମଧ୍ୟ ଆଗକୁ ହେବାର ବ୍ୟବସ୍ଥା ରହିଛି।
ବିଶେଷ ଭାବରେ ଏହି ପୂଜା ଉତ୍ସବ ଓଡ଼ିଶା ବ୍ୟତୀତ ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ। ତେବେ ଏହି ସ୍ଥାନ ଗୁଡ଼ିକରେ କୁମାର ପୂର୍ଣ୍ଣିମା କୁ ଶରତ ପୂର୍ଣ୍ଣିମା ନାମରେ ପାଳନ କରାଯାଉଥିବା ଜଣାଯାଏ। ଏହି ଦିନ ରାତି ସାରା ସେଠାକାର ଲୋକମାନେ ଗରଵା ଓ ଦାଣ୍ଡିଆ ନୃତ୍ୟ ନାଚିଥାନ୍ତି। କିନ୍ତୁ ଓଡ଼ିଶା ର ଗ୍ରାମଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କେତେକ ସ୍ଥାନରେ ଏହି ଦିନ ମନୋରଞ୍ଜନ ପାଇଁ ଜୁଆ ବା ତାସ୍ ଖେଳ ମଧ୍ୟ ଦେଖିବାକୁ ମିଳେ। ଗ୍ରାମ ସହରର ଅନେକ ଯୁବକ,ଯୁବତୀ ସ୍ତ୍ରୀ, ପିଲା ଛୁଆ ଏହି ଦିନ ନୂତନ ବସ୍ତ୍ର ପରିଧାନ କରି ପୂର୍ଣ୍ଣିମା ଚନ୍ଦ୍ର ଙ୍କୁ ଲିଆ ପକାଇ ନିଜର ତଥା ପରିବାରର ଶୁଭ ମନାସି ଥାନ୍ତି। ପରେ ପରେ ମାଁ ଗଜଲକ୍ଷ୍ମୀ ଙ୍କୁ ପୂଜା ଦର୍ଶନ କରି ଘରେ ହୋଇଥିବା ପିଠା ପଣା ଖିରି କାକରା ଭୋଗ ଖାଇ, ପରଷ୍ପର ସହିତ ଖୁସିରେ ମୋନୋରଞ୍ଜ ପାଇଁ ତାସ୍ ଓ ଜୁଆ ଖେଳ ଖେଳୁଥିବା ର ଅନେକ ଦେଖାଯାଏ।
Sign in
Sign in
Recover your password.
A password will be e-mailed to you.