ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

0

ବିଜେପୁର,ସୁଶାନ୍ତ ସାହୁ (ଶାସକ ପ୍ରଶାସକ ): ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଲ  ବ୍ୟାଙ୍କ ଅଧିକାରୀ ଶ୍ରୀ ଅନୁପ ସାହୁ l ଅନୁପ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ ଆଶ୍ରମରେ ପାଳନ କରି ସମାଜକୁ ଏକ ମହତ ବାର୍ତ୍ତା ପ୍ରଦାନ କରିଛନ୍ତି। ସାଧାରଣତଃ ପିଲାମାନଙ୍କ ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି | କିନ୍ତୁ ଅନାଥ ଆଶ୍ରମକୁ ଯାଇ ଓ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଭୋଜନ ପ୍ରଦାନ କରି ଜନ୍ମଦିନ ପାଳନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ବୋଲି ଯୋଖିପାଲି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମତାମତ ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ଶ୍ରୀ ସାହୁ ରାଉଲକେଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି।

 

Leave A Reply

Your email address will not be published.