ଝାରସୁଗୁଡା, ୧୨ ଅକ୍ଟୋବର ୨୦୨୪ – ବେଦାନ୍ତ ଝାରସୁଗୁଡା ଅନ୍ୟାୟ ଉପରେ ନ୍ୟାୟର ବିଜୟବାର୍ତାକୁ ପାଥେୟ କରି ଦଶହରା ପାଳନ କରିଥିଲା। ଏହି ବହୁ ଦିବସିୟ ପାଳନ ଉତ୍ସବରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ଏକତ୍ରିତ ହୋଇ ପାରମ୍ପାରିକ ରୀତିନୀତି, ସାଂସ୍କୃତିକ ପ୍ରଦର୍ଶନ ତଥା ସମ୍ପ୍ରଦାୟ ନିର୍ମାଣ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ।
ଏହି ଉତ୍ସବ ଦିପ ଉଜ୍ଜଳନ କରାଯାଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରାଯାଥିଲା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସହିତ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ, ଖେଳ ତଥା ସାଂସ୍କୃତିକ ପ୍ରଦର୍ଶନୀ ଇତ୍ୟାଦି ଜାରି ରହିଥିଲା ଯାହାକି ଭାରତର ସମୃଦ୍ଧ ଐତିହ୍ୟକୁ ଆଲୋକିତ କରିଥିଲା। କର୍ମଚାରୀମାନେ ଏହି ଉତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଖୁସି ବାଂଟିବା ସହିତ ଏକତାର ବାତାବରଣ ସୃଷ୍ଟି କରିଥିଲେ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଓଓ, ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି, ଦଶହରା ହେଉଛି ଧାର୍ମିକତା, ଅଖଣ୍ଡତା ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତିଫଳନର ସମୟ । ବେଦାନ୍ତରେ, ଆମେ ଆମର କାର୍ଯ୍ୟ ଏବଂ ପାରସ୍ପରିକ ବାର୍ତଳାପ ମାଧ୍ୟମରେ ଏହି ମୂଲ୍ୟବୋଧଗୁଡିକ ପାଳନ କରୁ। ବିଗତ କିଛି ଦିନ ମଧ୍ୟରେ, ଆମେ ଏହି ନୀତିଗୁଡିକୁ ସମ୍ମାନ ଦେବା ଏବଂ ଆମର ସହଭାଗୀ ସଂସ୍କୃତିକୁ ପାଳନ କରିବା ପାଇଁ ଏକ ସମ୍ପ୍ରଦାୟ ଭାବରେ ଏକତ୍ରିତ ହୋଇଛୁ ।
ଉତ୍ସାହଜନକ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ, ଉତ୍ସବରେ କର୍ମଚାରୀଙ୍କ କଲ୍ୟାଣ ଏବଂ ସମ୍ପ୍ରଦାୟର ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବେଦାନ୍ତର ସ୍ଥିରତା ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ନିରନ୍ତର ପ୍ରତିବଦ୍ଧତା ସମଗ୍ର ଉତ୍ସବରେ ସ୍ପଷ୍ଟ ହେବାସହିତ ସ୍ଥାନୀୟ କାର୍ଯ୍ୟକ୍ରମକୁ ଉନ୍ନତ କରିବା ଏବଂ ଏକ ସନ୍ତୁଳିତ କାର୍ଯ୍ୟ-ଜୀବନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବେଦାନ୍ତ ଝାରସୁଗୁଡା ଠାରେ ଦଶହରା ଉତ୍ସବ କେବଳ ଉତ୍ସବର ପରମ୍ପରାକୁ ସମ୍ମାନ ଦେଇନଥିଲା ବରଂ ଅର୍ନ୍ତଭୂକ୍ତି ଅଭିବୃଦ୍ଧି ଏବଂ ସାମାଜିକ ଦାୟିତ୍ୱ ପ୍ରତିପୋଷଣ ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଥିଲା।
Sign in
Sign in
Recover your password.
A password will be e-mailed to you.