ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଚଢେୟାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏସ୍ ରାନୀ ରାଓ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ ଏବଂ ମନୋଜ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥ,ବରିଷ୍ଠ ଶିକ୍ଷକ ସନିତ୍ କୁମାର ଜେନା,ଶଙ୍ଖନାଦ ସେନାପତି ମଞ୍ଚାସୀନ ରହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ମନୋଜ ପଟ୍ଟନାୟକ,ସାଂଗଠନିକ ସମ୍ପାଦକ ଟୁକୁନା ବେହେରା, ରମେଶ୍ ପାଣିଗ୍ରାହୀ, ଅତୁଲ୍ୟ ସାହୁ ପ୍ରମୁଖ ଏସ୍ ରାନୀ ରାଓଙ୍କ ଜୀବନ ବ୍ୟାପୀ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସିଆରସିସି ରଞ୍ଜିତ୍ କୁମାର ସାହୁ,ଜିତେନ୍ଦ୍ର ସାହୁ, ଶିକ୍ଷକ ଧୋବା ବେହେରା, ଶିକ୍ଷୟିତ୍ରୀ ସବିତା ମଲ୍ଲିକ, କାର୍ଯ୍ୟାଳୟ କର୍ମଚାରି ତୁଷାରକାନ୍ତ ଆଚାରୀ, ଅମିତ୍ ଭୋଳ, କୁମାରୀ ସଙ୍ଗୀତା, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପତି ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସଂଗଠନ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶଙ୍ଖନାଦ ସେନାପତି ଧନ୍ୟବାଦ ଜ୍ଞାପନ କରିଥିଲେ Iଏହି ଅବସରରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପେନସନ୍ ସମ୍ଵନ୍ଧୀୟ କାଗଜପତ୍ର ପ୍ରଦାନ କରଯାଇଥିଲା I
Sign in
Sign in
Recover your password.
A password will be e-mailed to you.