(ଶାସକ ପ୍ରଶାସକ) ସାରସକଣା ବ୍ଲକ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ +୨ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ +୨ ବିଭାଗର ଶିକ୍ଷା ପରିଚାଳନା ଅଧିକାରୀ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସେନାପତି,ଧନ୍ଦାମୂଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାହୁ,ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅନିଲ କୁମାର ଝା ,ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ ଅତିଥୀମାନଙ୍କ ପରିଚୟ ଓ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେନାପତି ଓ ସୁଧାଂଶୁ ଶେଖର ସାହୁ ଭାରତ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଗୋଟିଏ ପଞ୍ଜିକରଣରେ ସବୁ ଛାତ୍ର ଛାତ୍ରୀ ଯୋଡି ହେବା ବିଷୟରେ ବିସ୍ତୃତ ଭାବରେ ଅଭିଭାବକ ମାନଙ୍କୁ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗଦେଇ ସେମାନଙ୍କ ମୂଲ୍ୟବାନ ମତା ମତ ରଖିଥିଲେ।ପ୍ରାଧ୍ୟାପକ ଅନିଲ କୁମାର ଝା ଆଧାର କାର୍ଡ ସଂଯୋଗ ସହ ସରକାରଙ୍କ ଗୋଟିଏ ଦେଶ ଗୋଟିଏ ପଞ୍ଜିକରଣ ଦ୍ୱାରା ଆଗାମୀ ସମୟରେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ହୋଇ ପାରିବ ବୋଲି ମତ ରଖିଥିଲେ।
ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଗୋଟିଏ ଭଲ ଛାତ୍ରପାଇଁ ଶିକ୍ଷା ସହିତ ସଂସ୍କାର, ସଂଯମ,ସେବା,ଉତ୍ତମ ବ୍ୟବହାର ଓ ନମ୍ରତା ଲୋଡ଼ା ତା ଉପରେ ଆଲୋକପାତ କରିବା ସହିତ ।ଶିକ୍ଷକ ମାନଙ୍କୁ ସହଯୋଗ କରିବା ପାଇଁ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ।ଛାତ୍ରର ଉନ୍ନତ ଭବିଷ୍ୟତ ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ଵୟ ର ଆଵଶ୍ୟକତା ରହିଛି ଯାହାକୁ ଅଭିଭାବକ ମାନେ ସ୍ୱୀକାର କରିବା ସହ ସେମାନଙ୍କର ମୂଲ୍ୟବାନ ମତ ରଖିଥିଲେ।ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିବା ସହ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରୁ ସମୟ ବାହାର କରି ଯୋଗ ଦେଇଥିବା ଅଭିଭାବକ ମାନେ ଆଗକୁ ଅଧିକ ସଂଖ୍ୟାରେ ଯୋଗ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ।ଅଧ୍ୟାପକ ବିଶ୍ୱଜ୍ୟୋତି ସିଂହ, ଜୁଏଲ ମହାନ୍ତି,ସୁଜାତା ମହାନ୍ତ ଓ +୨ ଜାତୀୟ ସେବାଯୋଜନାର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ