ଗଜପତି କରଣ ସମାଜର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 2

https://youtu.be/bynS3_rLauA

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର କରଣ ସାହି ସ୍ଥିତ ଶ୍ରୀ ଲକ୍ଷ୍ମୀ ନୃସିଂହ ଫଙ୍କସନ ହଲ ଠାରେ ଗଜପତି କରଣ ସମାଜ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଗଜପତି କରଣ ସମାଜର ସଭାପତି ଶ୍ରୀ ଭେଙ୍କେଟେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜିତେନ୍ଦ୍ରନାଥ ପଟ୍ଟନାୟକ , ମୁଖ୍ୟବକ୍ତା ଶ୍ରୀ ନୃସିଂହ ପଟ୍ଟନାୟକ , ସମ୍ମାନୀତ ଅତିଥି ଶ୍ରୀ ରଘୁନାଥ ପାତ୍ର , ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀ ଅମିତ କୁମାର ପଟ୍ଟନାୟକ , ସମ୍ପାଦିକା ଶ୍ରୀମତି ଅରୂପାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସର୍ବେ ପ୍ରଥମେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଭକ୍ତ କବି ଗୋପାଳକୃଷ୍ଣଙ୍କ ତୈଳ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟର ଶୁଭ ଉଦଘାଟନ କରିଥିଲେ।
ଅନୁଷ୍ଠାନର ସଭ୍ୟା ଶ୍ରୀମତୀ ରଂଞ୍ଜିତା ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ପ୍ରଭାବତୀ ପଟ୍ଟନାୟକ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ହରି ମୋହନ ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ଆରୂପାଞ୍ଜଳି ମହାନ୍ତିଙ୍କ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଅନୁଷ୍ଠାନର ଉପଦେଷ୍ଟା ମାନେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।
ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ କରଣ ଜାତିର ଉତ୍ପତ୍ତି ସମ୍ପର୍କରେ ବହୁ ଐତିହାସିକ ତଥ୍ଯ ଗୁଡ଼ିକୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏଥି ସହ ଏହି ଗଜପତି କରଣ ସମାଜ ଗଠନ ର ମୂଳ ଉଦ୍ଦେଶ୍ୟ ଉପରେ ପ୍ରତିଷ୍ଠାତା ଶ୍ରୀ ଅମିତ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରି ଏହାର ଲକ୍ଷ୍ୟ ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ ରାମାନନ୍ଦ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ “ଚୟନିକା”ର ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଏହି ସମୟରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ଅଧ୍ୟକ୍ଷା ଡି ପ୍ରିୟଙ୍କା ଙ୍କ ସହ ଅନ୍ୟ ସମସ୍ତ ପ୍ରତିଯୋଗିତାର ବିଚାରକ ମାନଙ୍କୁ ସମ୍ମାନୀତ କରାଯାଇଥିଲା।
ସଭାକାର୍ଯ୍ୟ ପରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅବନ୍ତିକା ପଟ୍ଟନାୟକ ଯୋଗ କରି ଲୋକଙ୍କୁ ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ନେତ୍ରାନନ୍ଦ ପଟ୍ଟନାୟକ , ଶ୍ରୀ ମଲିକାର୍ଯୁନ ପଟ୍ଟନାୟକ , ମାତଙ୍ଗିନି ଗୁରୁ , ରଘୁନାଥ ପଟ୍ଟନାୟକ , ମୁଷ୍କାନ୍ ପରିଚ୍ଛାଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀ ଶଶୀ ଭୂଷଣ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.