ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରକଳ୍ପ ଆଧାରିତ ଶିକ୍ଷାଦାନ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି।
ସମ୍ମାନିତ ଅତିଥି ଭାବରେ ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡ଼ା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମଘନ ଭୂୟାଁ , ଗଜପତି ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଦାସ , ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ପ୍ରଶିକ୍ଷଣ ଶିବିର କାର୍ଯକ୍ରମ ତାରିଖ ୩୦.୯.୨୦୨୪ ଓ ୧.୧୦.୨୦୨୪ ରିଖ ପଯ୍ୟନ୍ତ ଦୁଇ ଦିନ ଧରି ପ୍ରକଳ୍ପ ଆଧାରିତ ଶିକ୍ଷାଦାନ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ରାୟଗଡ଼ା ଜିଲ୍ଲାରୁ ୬୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ଗଜପତି ଜିଲ୍ଲାରୁ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କର ଏକବିଂଶ ଶତାବ୍ଦୀର ଦକ୍ଷତା ପ୍ରତିପୋଷଣ , ସାମାଜିକ ଭାବପ୍ରବଣ ଶିକ୍ଷାର ବିକାଶ ଓ ଆଦିବାସୀ ପରିଚୟ ଏବଂ ସଂସ୍କୃତିର ବିକାଶ।
ସେହିପରି ଛାତ୍ରଛାତ୍ରୀ ମାନଙ୍କର ମଧ୍ୟରେ ବିକାଶ ହେବାକୁ ଥିବା ଦକ୍ଷତା ଯଥା ଚିନ୍ତନ , ଯୋଗାଯୋଗ , ସମସ୍ୟା ସମାଧାନ , ସହଯୋଗ , ସୃଜନୀ ଶିଳତାର ବିକାଶ ଓ ପିଲାମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରିବା ଯଥା ଆତ୍ମ ପରିଚାଳନା , ସାମାଜିକ ସଚେତନତା , ସମ୍ପର୍କ ଦକ୍ଷତା ଓ ଦାୟିତ୍ଵ ବାନ ନିଷ୍ପତ୍ତି ଇତ୍ୟାଦି।
ପ୍ରକଳ୍ପ ଆଧାରିତ ଶିକ୍ଷଣ ହେଉଛି ଏକ ଶିକ୍ଷାଦାନ ପ୍ରଣାଳୀ , ଯେଁଉ ଥିରେ ଛାତ୍ରଛାତ୍ରୀମାନେ ବାସ୍ତବ ଦୁନିଆଁ ଏବଂ ଅର୍ଥ ପୂର୍ଣ୍ଣ ପ୍ରକଳ୍ପର ସକ୍ରିୟ ଭାବରେ ଯୋଡ଼ିତ ହୋଇ ଶିଖିଥାନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିଭାଗ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଛି।
ଏହି ଦୁଇ ଦିନିଆ ପ୍ରକଳ୍ପ ଆଧାରିତ ଶିକ୍ଷାଦାନ ପ୍ରଶିକ୍ଷଣ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.