ଲାଏନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର।

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଲାଏନ୍ସ କ୍ଲବ ଓ ଶ୍ରୀକାକୁଲମ ସ୍ଥିତ ମେଡି କଭର୍ ହସ୍ପିଟାଲ ର ମିଳିତ ଅନୁକୁଲ୍ୟରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଗୁଣପୁର ସ୍ଥିତ ଭେଙ୍କେଟେ ଶ୍ୱର୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧୟକ ସତ୍ୟଜିତ ଗମାଙ୍ଗ ,ସମ୍ମାନିତ ଅତିଥି ଭାବେ ପୌର ପରିଷଦ ର ଅଧ୍ୟକ୍ଷା ମମତା ଗୌଡ଼ , ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ମେଗା ସ୍ବାସ୍ଥ୍ୟ ସେବା ଶିବିର ପ୍ରକଳ୍ପ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର ଙ୍କ ତତ୍ତ୍ଵ।ବଧାନ ଅନୁଷ୍ଟିତ ଏହି ଶିବିର ରେ ଗୁଣପୁର ଲାଏନ୍ସ କ୍ଲବ (ବଂଶଧାରା) ର ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଟିତ ହୋଇଥିଲା । ଏଥିରେ ସଂପାଦକ ଲାଡ଼ି ସୁରେଶ, ବରିଷ୍ଟ ସଦସ୍ୟ ଇଁ : ବିଷ୍ଣୁ ଚରଣ ପଟ୍ଟନାୟକ, ବରିଷ୍ଟ ଆଇନ ଯିବି ଉମା ଚରଣ ପଟ୍ଟନାୟକ, ମଞ୍ଚାସିନ ହୋଇ ଥିଲେ । କ୍ଲବ ପକ୍ଷରୁ ଏହି ଭଳି ସେବା କାର୍ଯ୍ୟ କରୁଥିବାରୁ ସମସ୍ତ ଅତିଥି କ୍ଲବ ର ସଦସ୍ୟ ଙ୍କୁ ଭୂୟସି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ଭଳି ଜନହିତକର କାର୍ଯ୍ୟ ଜାରି ରଖିବା ନେଇ ମତ ପ୍ରକାଶ ପାଇଥିଲା । ଏହି ଶିବିର ରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ସ୍ଥିତ ମେଡି କଭର ହସ୍ପିଟାଲ ର ତିନି ଜଣ ବିଶେଷଜ୍ଞ ଡାକ୍ତର ଡଃ ମୁରଲୀ କ୍ରିଷ୍ଣା , ଡ଼ଃ ପି: ଆନିରୁଧ କୁମାର, ଡ଼ଃ ଅଲ୍ଲା ଭାଗ୍ୟ ରାଜ ଉପସ୍ଥିତ ରହି ଶତାଧିକ ରୋଗୀ ଙ୍କୁ ମାଗଣା ରେ ଚିକିତ୍ସା କରିବା ସହ ରୋଗୀ ମାନଙ୍କୁ ମାଗଣା ରେ ଅତ୍ୟାଧୁନିକ ମେସିନ ଦ୍ବାରା ଇ:ସି: ଜି ଓ ଇକୋ , ବ୍ଲଡ ସୁଗ।ର୍ ପରୀକ୍ଷା କରାଯାଇଥିଲା ଓ ରୋଗୀ ଙ୍କୁ ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା ବୋଲି କ୍ଲବର ସଭାପତି ନରେନ୍ଦ୍ର ସାହୁ କହିଛନ୍ତି । ଏହି ଶିବିର କୁ ପ୍ରକଳ୍ପ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର ଙ୍କ ନେତୃତ୍ଵ ରେ କ୍ଲବ ର ଉପ ସଭାପତି ଏସ:ବାବା ପ୍ରସାଦ, ଏଲ : ଶେଷ ଗିରି ରାଓ ,ମହେଶ କୁମାର ପାଢ଼ୀ , ଲାଡି ଗୋପାଳ , ଏସ:ସୁମନ ,ସୀମାଦ୍ରି କ୍ରୀଷ୍ଣା,ସୀମାଦ୍ରି ଉଦୟ କିରଣ , ସୁବୁଦ୍ଧି ଅନିଲ କୁମାର, ଏସ: ସୁମନ,ଏସ୍ ତିରୁମଲ୍ଲା, ଲାଡୀ ନରସିଂହ ରାଓ ସୀମା ଦ୍ରି ଉଦୟ କିରଣ ଅନ୍ୟାନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ରହି ପରିଚାଳନା କରିଥିଲେ ।

 

Leave A Reply

Your email address will not be published.