ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗର ସ୍ବାଗତ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ।

2

ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ର ସ୍ମାର୍ଟ ରୁମ୍ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଶ୍ରେଣୀର ତୃତୀୟ ଏବଂ ଦିତ୍ଵୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ମୁଖ୍ୟ ଶ୍ରୀମାନ ଲଳିତ ମୋହନ ପଣ୍ଡା । ବିଭାଗର ମୁଖ୍ୟ ଡ. ସରୋଜ କୁମାର ନାଏକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଭାଗର ପ୍ରଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଅଧ୍ୟାପିକା ଶ୍ରୀମତୀ ରୀନା ଧର୍ମବିନାୟକ, ଅଧ୍ୟାପିକା ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ, ଶ୍ରୀମାନ ଖଗେଶ୍ବର ଦାସ, ନବକୃଷ୍ଣ ମିଶ୍ର, ସନ୍ତୋଷ ମିଶ୍ର, ଡ. ତୁଷାରକାନ୍ତ ସାହୁ, ପ୍ରମୋଦ ତ୍ରୀପାଠୀ, ବାଳଗୋପାଳ ମେହେର, ଶ୍ରୀମତୀ ଶର୍ମିଳା ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଶ୍ରୀମାନ ରାଧାକାନ୍ତ ପଣ୍ଡା ତଥା ଅନୁଷ୍ଠାନର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗଦାନ କରିଥିଲେ । ଛାତ୍ର କିରଣ କୁମାର ବାଗ, ବିଶ୍ଵ, କମଳ, ଚିନ୍ତାମଣି, ଲିପନ୍, ନିର୍ମଳ, ମହେଶ, ହେମାନନ୍ଦ, ସୋନାଲି, ସୁବାଷ, ପ୍ରିୟଙ୍କା, ଗୀତା, ଲୀମା, ଜୟଶ୍ରୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ସଭାକୁ ସଫଳ କରି ଥିବା ବେଳେ କିରଣ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.