ପୋଲିସ ର ଏକ ପାଖିଆ ପଦକ୍ଷେପ ଅଭିଯୋଗ: ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ବିଜେଡି ର ଥାନା ଘେରାଉ।

2

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍  ପରିସର ରେ ପାଇକମାଲ ବ୍ଲକ ଉପଧକ୍ଷ ଶ୍ରୀ ସଂଜୀବ ବରିହା ଓ ସାଧାରଣ ନିର୍ବାଚନ ରେ ପଦ୍ମପୁର ରୁ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କର ଭିତରେ କୌଣସି ଏକ କାରଣ କୁ ନେଇ ବଚସା ଓ ଠେଲାପେଲା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ନିଜ ନିଜ ତରଫରୁ ପାଇକମାଲ ଥାନାରେ ଦୁଇ ଗୋଟି କେଶ ରୁଜୁ କରାଯାଇଥିଲା । କିନ୍ତୁ ବିଜେଡି କାର୍ଯ୍ଯକର୍ତ୍ତା ଙ୍କ କହିବା ମୁତାବକ ଉଭୟ ପକ୍ଷରୁ କେଶ ହୋଇଥିଲେ ସୁଦ୍ଧା ପୋଲିସ କେବଳ ବିଜେଡି କର୍ମୀ ମାନଙ୍କୁ ଗିରଫ କରିଛି । ବିଜେପି କର୍ମୀ ମାନଙ୍କ ଉପରେ ପୋଲିସ ଦ୍ୱାରା କୌଣସି ଆକ୍ସନ ଗ୍ରହଣ କରିବାକୁ ପୋଲିସ ତତ୍ପର ହେଉନାହିଁ ।

ଏଣୁ ଆଜି ବିଜୁ ଜନତା ଦଳର କର୍ମୀ ମାନେ ଥାନା ଘେରାଉ କରିଥିଲେ ପ୍ରାପ୍ତ ସୂଚନା ଅନୁସାରେ ବିଜେପି ର କାହାରିକୁ ଗିରଫ କରି ନଥିବାରୁ ଶନିବାର ବିଜେଡି ପକ୍ଷରୁ ପାଇକମାଳ ଥାନା କୁ ଘେରାଉ କରାଯାଇଥିଲା । କୌଣସି ଫଳ ନମିଳିବାରୁ ନୃସିଂହନାଥ ପାଇକମାଳ ରାସ୍ତା ଅବରୋଧ କରିଥିଲେ। ମୁତୟନ କରାଯାଇ ଥିଲା । ବିଧାୟିକା ବର୍ଷା ସିଂ ବରିହା କର୍ମୀମାନଙ୍କ ସହ ଆନ୍ଦୋଳନରେ ବସିଥିଲେ । ଅପରାହ୍ନ ୪ ଟାରେ ପଦ୍ମପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଆସନ୍ତା ୩ ଦିନ ମଧ୍ୟରେ ଗୋବର୍ଦ୍ଧନ ଭୁଏ ଓ ତାଙ୍କର ସହଯୋଗୀ ମାନଙ୍କ ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ହେଲେ ବିଜେଡି ତରଫରୁ ତାଙ୍କୁ ଓ ତାଙ୍କର ସହଯୋଗୀ ମାନଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଥିଲା ।

ଏହାପରେ ଏସ ଦି ପି ଓ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବିଜେଡି କର୍ମୀ ମାନେ ଆନ୍ଦୋଳନ କୁ ସ୍ଥଗିତ କରିବା ସହିତ ପୋଲିସ ଦେଇଥିବା ସମୟ ସୀମା ଭିତରେ ପଦକ୍ଷେପ ଗ୍ରହଣ ନ କଲେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ସ୍ପଷ୍ଟ ଭାବରେ କହିଥିଲେ । ଗୋବର୍ଦ୍ଧନ ଭୁଏ ଙ୍କ କେଶ ନମ୍ବର ୨୦୭/୨୪ ଧାରା ୧୯୧(୨), ୧୧୫(୨), ୨୯୬,୩୫୧(୨),୧୧୦,୧୯୦ ବିଏନଏସ ୩୧ଆରଏସ୨ଭିଏ ଏସସି ଏସଟି ଧାରା ଅନୁସାରେ ହୋଇଥିବା ବେଳେ , ସଞ୍ଜୀବ ବାରିହା ଙ୍କ କେଶ ନମ୍ବର , ୨୦୮/୨୪ ଧାରା ୧୯୧(୨),୧୧୫(୨),୨୯୬,୩୫୧(୨),୧୧୦,୧୯୦ ,୩୦୪(୨) ବିଏନଏସ ୩୧ଆରଏସ୨ଭିଏ ଏସସି ଏସଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.