ଏପଟେ ଦଳ ଛାଡିବା ଗୁଜବ, ସେପଟେ ବିଜେପିର ଗୁରୁତ୍ୱପୂର୍ଣ ଜାତୀୟ କମିଟିରେ ଅପରାଜିତା

2

ଭୁବନେଶ୍ୱର :12 ବିଧାୟକଙ୍କୁ ନେଇ ବିଜେପି ଭୁବନେଶ୍ୱର ସାଂସଦ ବିଜେପି ଛାଡି ବିଜେଡିରେ ଯୋଗ ଦେବେ ବୋଲି ଗୁଜବ ଚର୍ଚ୍ଚା ଚାଲିଥିବା ବେଳେ ସେପଟେ ଦଳର ଜାତୀୟ ନେତୃତ୍ୱ ଅପରାଜିତାଙ୍କୁ ଦେଇଛନ୍ତି ଗୁରୁତ୍ୱ |ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଉପଲକ୍ଷେ ଆଗାମୀ 17 ତାରିଖ ଠାରୁ ଆରମ୍ଭ କରିବାକୁ ଯାଉଥିବା ସେବାପକ୍ଷ ପାଇଁ ଆଠ ଜଣିଆ ରାଷ୍ଟ୍ରୀୟ ସମିତିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ |
ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡା, ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ବଂଶଲଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି | ବିଶ୍ୱସ୍ତ ସୂଚନା ଅନୁଯାୟୀ ନିକଟରେ ଦଳ ପକ୍ଷରୁ ନିକଟରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଅପରାଜିତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦୃଷ୍ଟି ଆକର୍ଷଣ କରିଥିରେ ଶୁଣିବାକୁ ମିଳୁଛି | ସେ ପ୍ରସଙ୍ଗରେ ଖୁବ ଶୀଘ୍ର ପୁନର୍ବିଚାର ହୋଇପାରେ ବୋଲି ଦଳର ଜଣେ ନେତା ସୂଚନା ଦେଇଛନ୍ତି |

Leave A Reply

Your email address will not be published.