ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଜାତୀୟ ସାକ୍ଷରତା ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଚୁଡ଼ାମଣି ବାରିକ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ପାଇକମାଳ ବ୍ଲକର ଶିକ୍ଷା କ୍ଷେତ୍ରରେ କୃତିତ୍ବ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ସମିତି ସଭ୍ୟା ନିରୁପମା ନାଗ ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ଜଳ ଭବିଷ୍ୟତ ଗଠନ କରିବା ପାଇଁ ଆହ୍ଵାନ ଦେଇଥିଲେ । ଆକାଂକ୍ଷୀ ବ୍ଳକ କାର୍ଯ୍ୟକ୍ରମର ସଦସ୍ୟା ମଧୁସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନନ୍ଦଲାଲ ନାଏକ, ସୁବାଷ ଚନ୍ଦ୍ର ସାହୁ, ବିନୋଦ କୁମାର କାଳିଆ ସଭାରେ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀ ମାନେ ପ୍ଲାଇକାର୍ଡ ଧରି ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ବିଦ୍ୟାଳୟ ପାଠାଗାର ପାଇଁ ବ୍ଳକ ତରଫରୁ ୨୦୦ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଆନନ୍ଦିନୀ କଲାରୀ,ବର୍ଷାରାଣୀ ପ୍ରଧାନ, ସ୍ୱସ୍ତିକ ରଞ୍ଜନ ଭୋଇ, ଗୁଲସନ ସେଠ୍ , ଗୋବିନ୍ଦ ମହାନନ୍ଦ, ଦୀନବନ୍ଧୁ ସାହୁ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ତ୍ରିଲୋଚନ ନାଏକ ମଞ୍ଚ ପରିଚାଲନା ଓ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।