ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

2

ଭୁବନେଶ୍ବର, ୧୧।୦୯- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିରହିଥିବା ମୃତ ଓଡିଆ ଯୁବକ ଅବ୍ୟକ୍ତ ପ୍ରସାଦ ସିଂହଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ନିଜ ଜନ୍ମ ମାଟିରେ ପହଞ୍ଚିଛି। ଅବ୍ୟକ୍ତଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା ଦୁବାଇରେରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସେପ୍ଟେମ୍ବର ୦୩ ତରିଖରେ ଏକ ପତ୍ର ଲେଖି ନିବେଦନ କରିଥିଲେ।
  
ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବାବଜା ଗ୍ରାମର ପ୍ରଭାତ କୁମାର ବିଶ୍ବାଳଙ୍କ ପୁଅ ଅବ୍ୟକ୍ତ ଦୁବାଇ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜଣେ ସହକର୍ମୀ ଅବ୍ୟକ୍ତଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଅବ୍ୟକ୍ତଙ୍କ ମୃତ୍ୟୁ ନେଇ କୌଣସି ସୂଚନା ଦେଇନଥିଲେ। ଅବ୍ୟକ୍ତଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହି ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଶେଷରେ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି୤ ଦୂତାବାସ ପକ୍ଷରୁ ତ୍ବରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.