ଜ୍ୱାଇଁକୁ ହତ୍ୟା କରି ଝିଅକୁ ବିଧବା ସଜାଇଲା ପିତା

2

ପ୍ରେମ ବିବାହ କୁ କେନ୍ଦ୍ର କରି ପ୍ରେମିକକୁ ହତ୍ୟା,ପ୍ରେମିକା ଗୁରୁତର।

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଆଡାଜର ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମ ବିବାହକୁ ନାପସନ୍ଦ କରି ଜଣେ ପିତା ଜ୍ୱାଇଁ କୁ ହତ୍ୟା କରି ଝିଅକୁ ବିଧବା କରିଛି। ଘଟଣାରେ ଝିଅ ମଧ୍ୟ ଗୁରୁତର ହୋଇଛି । ମୃତ ବ୍ୟକ୍ତି ଜଣକ ମଙ୍ଗଲ ସିଂମାଝୀ (୨୫)ପିତା ଦହି ମାଝୀ। ନିଜ ଗ୍ରାମ ତଳଝାପି ବ୍ଲକ ଥୁଆମୂଳ ରାମପୁର। ସ୍ତ୍ରୀ ଲଳିତା ମାଝୀ (୨୨) ପିତା ବିଜୟ ମାଝୀ। ଦୁହେଁ କିଛି ମାସ ପୂର୍ବେ ପ୍ରେମ ବିବାହ କରି ଆଡାଟାକରି ଗ୍ରାମରେ ରେ ରହୁଥିଲେ। କିଛି ଦିନ ହେଲା ଲଳିତା ନିଜ ପିତାଙ୍କ ଘରକୁ ଯାଇଥିଲେ। ମଙ୍ଗଲ ସିଂ ସ୍ତ୍ରୀ ଲଳିତାକୁ ଡାକିବାକୁ ଅଡାଜର ଗ୍ରାମ ଯାଇଥିଲେ। ସେଠାରେ ଶଶୁର ବିଜୟ ମାଝି ଦୁହିଁଙ୍କ ବିବାହ ସମ୍ପର୍କ ରେ ନାଖୁସ ରହି ମଙ୍ଗଲ ସିଂ ସହ ବଚସା ହୋଇଥିଲା।
ମଙ୍ଗଲ ସିଂ ଓ ଲଳିତା ସ୍ୱାମୀ ସ୍ତ୍ରୀ ଦ୍ବୟ ଏକ ବାଇକ ଯୋଗେ ଫେରୁଥିବା ବାଟରେ ଶଶୁର ବିଜୟ ମାଝୀ ଏକ କୁରାଡ଼ି ଧରୀ ବାଟରେ ଛପି ରହି ନିଜ କ୍ରଧକୁ ଅଣଆୟତ କରି ହଠାଥ ମଙ୍ଗଲ ସିଂ ଓ ଲଳିତା କୁ ଆକ୍ରମଣ କରିଥିଲା। ଯାହାଫଳରେ ଘଟଣା ସ୍ଥଳରେ ମଙ୍ଗଲ ସିଂ ର ମୃତ୍ୟ ହୋଇଥିବା ସହ ଲଳିତା ଗୁରୁତର ଅବସ୍ଥାରେ ପଡି ରହିଥିଲା। ଉକ୍ତ ଘଟଣାର ସୂଚନା ପାଇ କାଶୀପୁର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ଲଳିତାକୁ ଉଦ୍ଧାର କରି ତଦନ୍ତ କରୁଥିବା କାଶୀପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।ଘଟଣା ସ୍ଥଳରୁ କାଶୀପୁର ପୋଲିସ  ଗୁରୁତର ଲଳିତା ମାଝିଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କଲା ପରେ ଲଳିତାର ଅବସ୍ଥା ଗୁରୁତ୍ୱର ଥିବା ହେତୁ ରାୟଗଡା ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତର ଯାଇଥିଲା ।

କାଶୀପୁର ଥାନା ଅଧିକାରୀ ଶ୍ରୀ ସୂର୍ଯ୍ୟପ୍ରକାଶ ନାଏକଙ୍କ ନିର୍ଦେଶ କ୍ରମେ ଅଭିଯୁକ୍ତ ବିଜୟ ମାଝିକୁ କେଶ ନମ୍ବର ୧୯୭/୨୪ ରେ ଏକ ହତ୍ୟା ମାମଲାରେ କାଶୀପୁର ପୋଲିସ ହେପାଜତ ରେ ନେଇଁ ଘଟଣାର ତଦନ୍ତ ଜାରିରଖିଛି।

 

Leave A Reply

Your email address will not be published.