ବେଲଗୁଣ୍ଠା ସୁଭଦ୍ରା ଯୋଜନା ସକାଶେ ସଚେତନତା

3

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ରାଜ୍ୟ ସରକାର ପ୍ରତି ଅଞ୍ଚଳକୁ ସୁଭଦ୍ରା ସଚେତନତା ରଥ ଗଡ଼ିବା କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ତତ୍ତ୍ୱବଧାନରେ ପତାକା ଦେଖାଇ ସୁଭଦ୍ରା ରଥ ଶୁଭାରମ୍ଭ କରିଥିଲେ। ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କ ସମେତ ପରିଷଦର ସମସ୍ତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସମ୍ବର୍ଦ୍ଧନା କରି ପରିଷଦର ସମସ୍ତ ୧୩ଟି ୱାର୍ଡ ପରିକ୍ରମା କରିବା ସହ ଲୋକଙ୍କୁ ଲିଫଲେଟ ବଣ୍ଟନ କରି ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ମିଶନ ପରିଚାଳକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ, ଟାକ୍ସ କଲେକ୍ଟର ବାବୁଲା ଗୌଡ଼ ଓ ସନ୍ତୋଷ ପଣ୍ଡା, ଗୟାଚାନ୍ଦ ସାହୁ, ସାନିଟାଇଜେସନ ସୁପର ଭାଇଜର ଶିବରାମ ଚୌଧୁରୀ ଓ ପଦ୍ମନାଭ ପ୍ରଧାନ, ଏନ୍ଫୋର୍ସମେଣ୍ଟ ଅଫିସର ମଳୟ କୁମାର ଦାସ, ସ୍ଵଛ ସାଥି ସୁପର ଭାଇଜର ପାୟଲ କୁମାରୀ ମହାପାତ୍ର, ରଞ୍ଜୁତା ସାହୁ, ମିନତୀ ମହାରଣା, ରାଜଲକ୍ଷ୍ମୀ ପାଳ, ଅଞ୍ଜଳି ରାଉତ ସମେତ ବ୍ଲକ ଓ ଏନ ଏ ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.