ଗୁଣପୁର ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବହୁ ଆଡମ୍ବର ସହ ପାଳନ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ସହରରେ ବିଭିନ୍ନ ସ୍ଥାନରେ, ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ପରିସରରେ ଗଣେଶ ପୂଜା ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ଅବସରରେ ଛାତ୍ର ଛାତ୍ରୀ ମାନେ ନୂତନ ପୋଷାକ ଞପରିଧାନ କରି ନିଜ ନିଜର ଅନୁଷ୍ଠାନରେ ପହଞ୍ଚି ବହୁ ଆନନ୍ଦ ସହ ପୁଜା କରୁଛନ୍ତି। ବିରାଟ ମୂର୍ତ୍ତୀ ସାଙ୍ଗକୁ ତୋରଣରେ ସୁସଜ୍ଜିତ ହୋଇଥିଲା ପୂଜା ମଣ୍ଡପ ଦେଖି ଗୁଣପୁର ସହର ବାସୀ ଖୁସର ମୋହନ ବାଢ଼ିଛନ୍ତି । ଗୁଣପୁର ରେ ଥିବା ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ,ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ,ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲ, ପରିସରରେ ପୂଜାର୍ଚ୍ଚନା ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି ।  ଛାତ୍ର ଛାତ୍ରୀ ମାନେ ଶୃଂଖଳାର ସହିତ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ପାଳନ କରିଥିଲେ । ସେହିପରି ଗୁଣପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପୂଜାର୍ଚ୍ଚନା କରିଛନ୍ତି ବିଭିନ୍ନ ଛାତ୍ର ଛାତ୍ରୀ । ଗୁଣପୁରର ଦୁଇ ଚକିଆ ଗାଡ଼ି ମରାମତି ସଂଘ ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ଗୁଣପୁର ବିଭିନ୍ନ ସାହିରେ ପୂଜା ମଣ୍ଡପ ରଙ୍ଗିନ ମାଲ ଆଲୋକରେ ବହୁତ ଆକର୍ଷଣୀୟ ରେ ସଜାଯାଇଛି । ଅଗ୍ରପୂଜ୍ୟ ଗଣେଶଙ୍କୁ ଦର୍ଶନ କରିବା ପାଇଁଁ ସବୁ ପୂଜା ମଣ୍ଡପ ରେ ଭକ୍ତଙ୍କ ଭିଡ଼ ଜରଶର ଦେଖିବାକୁ ମିଳିଛି।

 

Leave A Reply

Your email address will not be published.