ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ.ତା ୭.୯.୨୦୨୪:ନବରଙ୍ଗପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ମହିଳାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖାଦେଇଛି ଏବଂ ଏଥିପାଇଁ ପ୍ରଶାସନ ତରଫ ରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହାର ସଫଳ ରୂପାୟନ ପାଇଁ ବିଶେଷ ପ୍ରଚାର ପ୍ରସାର ଓ ସଚେତନତା ପାଇଁ ଜିଲ୍ଲାରେ ଆଜିଠାରୁ ୧୭.୯.୨୦୨୪ ପର୍ଯ୍ୟନ୍ତ ୬ ଟି ସୁଭଦ୍ରା ସଚେତନତା ରଥ ସାରା ଜିଲ୍ଲାରେ ଗଡିବ। ଏହି ଅବସରରେ ଆଜି ପ୍ରତ୍ୟୁଷ ୧୦.୦୦ ଘ୍ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୁଭଦ୍ରା ରଥର ଶୁଭାରମ୍ଭ କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ସହ ସୁଭଦ୍ରା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଜିଲ୍ଲାରେ ୧୦ ଟି ବ୍ଲକରେ ବ୍ୟାନର, ପୋଷ୍ଟର, ଲିଫ୍ଲେଟ୍, ହୋର୍ଡିଂ, ୱାଲ୍ ପେଣ୍ଟିଂ ଓ ମାଇକ ଦ୍ଵାରା ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ଓ ସଚେତନତା କରାଯାଉଛି।ଏହି କ୍ରମରେ ନବରଙ୍ଗପୁର ବିଧାୟକ ଏବଂ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାର୍ତ୍ତା ଦେଇ ଏହା ର ବିଶେଷ ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଥିଲେ। ସୁଭଦ୍ରା ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ସି ଡି ଏମ ଓ ଡ ମଳୟ ତ୍ରିପାଠୀ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଏସ ଡବ୍ଲୁ ଓ ଦ୍ରୌପଦୀ କହଁର, ଡି ଆଇ ପି ଆର୍ ଓ ମନୋଜ ବେହେରା , ଡି ପି ସି ମମତା ବିଶ୍ୱଜିତ୍ ମହାନ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅଙ୍ଗନବାଡି କର୍ମୀ, ଏସ ଏଚ ଜି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post